ବୃନ୍ଦାବନ ପ୍ୟାଲେସ ରାସ୍ତା ଦୁରବସ୍ଥା

ପାରଳାଖେମୁଣ୍ଡି,୧୬।୬ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଐତିହାସିକ ପର୍ଯ୍ୟଟନସ୍ଥଳୀ ବୃନ୍ଦାବନ ପ୍ୟାଲେସକୁ ଯିବା ପାଇଁ ମହେନ୍ଦ୍ରତନୟା ନଦୀ ପୋଲ ପଟେ ଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୂରାବସ୍ଥା ଥିବା ଦେଖିବାକୁ ମିଳିଛି। ଏହା କେବେ ସୁଧୁରିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠାକୁ ଯିବା ପାଇଁ ଦୁଇଟି ରାସ୍ତା ରହିଛ। ଗୋଟିଏ ଆଞ୍ଚଳିକ ପରିବହନ ଛକଠାରୁ ଏବଂ ଦ୍ୱିତୀୟଟି ପୁରୁଣାପାଟଣା ରାସ୍ତା ତଥା ମହେନ୍ଦ୍ରତନୟା ନଦୀ ପୋଲଠାରୁ ଅନ୍ୟଗୋଟିଏ ରାସ୍ତା । ମହେନ୍ଦ୍ରତନୟା ବ୍ରିଜ ପଟରୁ ଥିବା ରାସ୍ତା ଏହି ପର୍ଯ୍ୟଟନସ୍ଥଳୀ ପର୍ଯ୍ୟନ୍ତ ରହିଛି । ଏହାସହ ଏହି ରାସ୍ତାରେ ଶ୍ମଶାନଘାଟର ମୁଖ୍ୟ ଗାଧୁଆତୁଠ ମଧ୍ୟ ରହିଛି । ହେଲେ ରାସ୍ତାର ଅବସ୍ଥା ଅତି ଦୟନୀୟ ପରିସ୍ଥିତିରେ ରହିଥିବାରୁ ଯାତାୟାତରେ ସମସ୍ୟା ଉପୁଜୁଛି । ଏହି ରାସ୍ତା ନିର୍ମାଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଭୁଲିଯାଇଛନ୍ତି। ଏହି ରାସ୍ତା ଉପରେ ପୌରପରିସଦର ନିଘା ନାହିଁ କି ପ୍ରଶାସନର ନିଘା ନାହିଁ। ପ୍ରାୟ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ବର୍ଷ ଧରି ଏହାର ମରାମତି କିମ୍ବା ରକ୍ଷଣାବେକ୍ଷଣ
ଅଭାବରୁ ଖାଲଖମାରେ ପରିପୂର୍ଣ୍ଣ ହୋଇପଡିରହିଛି । ଏହି ନଦୀ ବ୍ରିଜ ତଥା ପମ୍ପହାଉସଠାରୁ ଶ୍ମଶାନଘାଟର ଗାଧୁଆତୁଠ ପର୍ଯ୍ୟନ୍ତ ବଦାନ୍ୟ ବ୍ୟକ୍ତିମାନେ ନିଜ ୍‌ଉଦ୍ୟମରେ ମାଟି ଗୋଡି ପକାଇ ସମତୁଲ କରିଥାନ୍ତ। କିନ୍ତୁ ଏହି ରାସ୍ତାରେ ପାଣି ଜମି କର୍ଦମାକ୍ତ ହୋଇପଡିଛି । ଏପରିକି ପାଦରେ ଚାଲିଯିବା ଆସିବା କରିବାକୁ ଲୋକେ ଭୟ କରୁଛନ୍ତି । ପର୍ଯ୍ୟଟନସ୍ଥଳୀ ରାସ୍ତାର ଅବସ୍ଥା ସୁଧିରିବ କେବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି
ହୋଇଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।