Categories: ଜାତୀୟ

ରିକ୍ସା ସହ ଧକ୍କା ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌: ଚାଲିଗଲା ୩ ଜୀବନ

ମିରୁଟ,୨୯।୧୦: ମିରୁଟ କଙ୍କରଖେଡା ଅଞ୍ଚଳର କାସିମପୁର ଫାଟକରେ ଡେରାଡୁନ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ସହ ଏକ ରିକ୍ସା ଧକ୍କା ହୋଇଛି। ଫଳରେ ଜଣେ ମହିଳା ଏବଂ ତାଙ୍କର ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।
କଙ୍କରଖେରା ବାସିନ୍ଦା ନରେଶ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଏବଂ ଦୁଇ ଝିଅଙ୍କ ସହ ଘରକୁ ଫେରୁଥିଲେ। ରମେଶ ରିକ୍ସା ଚଳାଉଥିଲେ ଏବଂ ତାଙ୍କ ସ୍ତ୍ରୀ ଏବଂ ଝିଅ ପଛରେ ବସିଥିଲେ। ଦୁର୍ଘଟଣା ପରେ ଟ୍ରେନ କିଛି ସମୟ ପାଇଁ ଅଟକି ଯାଇ ପରେ ଡେରାଡୁନ ଅଭିମୁଖେ ଯାତ୍ରା କଲା। ପୋଲିସ ଏବଂ ଜିଆର୍‌ପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

Share