ଗଡ଼ିଲା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’

ଭଦ୍ରକ ଅଫିସ,୨୮ା୪: ଶୁକ୍ରବାର ପରୀକ୍ଷାମୂଳକ ଭାବେ ହାଓ୍ବଡାରୁ ପୁରୀ ଅଭିମୁଖେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଗଡ଼ିଛି। ହାଓ୍ବଡ଼ା ଷ୍ଟେଶନରୁ ବାହାରି ୯.୪୦ରେ ଭଦ୍ରକ ଷ୍ଟେଶନରେ ପହଞ୍ଚି ୧୦ ମିନିଟ୍‌ ରହିବା ପରେ ୯.୫୦ରେ ଭଦ୍ରକରୁ ଛାଡ଼ିଥିଲା। ଏହି ବନ୍ଦେ ଭାରତ ଟ୍ରେନ୍‌ରେ ୧୬ଟି ବଗି ସଂଯୋଗ କରାଯାଇଥିଲା। ଖଡଗପୁର ଏଡିଆର୍‌ଏମ୍‌ ଗିରିଶ କୁମାରଙ୍କ ନେତୃତ୍ୱରେ ଏହି ଟ୍ରେନ ଆସିଥିଲା । ଭଦ୍ରକରେ ପହଞ୍ଚିବା ପରେ ଭଦ୍ରକ ଷ୍ଟେଶନ ମ୍ୟାନେଜର ସୁବାସ ଚନ୍ଦ୍ର ସାହୁଙ୍କ ସମେତ ରେଲଓ୍ବେ ବିଭାଗ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଟ୍ରେନ୍‌କୁ ସାଗତ କରିଥିଲେ।

Share