ବନ୍ଦେ ଉତ୍କଳ ଜନନୀ ଗାଇଲେ ରାଜ୍ୟପାଳ

କଟକ ଅଫିସ,୧ା୩:ଦେଶାତ୍ମବୋଧକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସୋମବାର କଟକର ଏକ ଷ୍ଟୁଡିଓରେ ଏହି ଗୀତରେ ରାଜ୍ୟପାଳ ନିଜ କଣ୍ଠଦାନ କରିଛନ୍ତି। ଓଡ଼ିଆରେ ଗୀତ ଗାଇ ରାଜ୍ୟପାଳ ବେଶ ଖୁସି ପ୍ରକଟ କରିଛନ୍ତି। ଏ ନେଇ ସେ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ପ୍ରଦେଶରେ ଥିବା ଏହି ଭାଷା ସାଧାରଣ ନୁହେଁ। ଏହା ପ୍ରଭୁ ଜଗନ୍ନାଥଙ୍କର ଭାଷା ବୋଲି ମୋର ବିଶ୍ୱାସ। ଏହା ଈଶ୍ୱରୀୟ ଭାଷା ଓ ବହୁ ମଧୁର। ଏହି ଭାଷାକୁ ସର୍ବଦା ଶିଖିବାକୁ ଚେଷ୍ଟା କରେ। ଅମ୍ବିକା ପ୍ରସାଦଙ୍କ କଣ୍ଠରୁ ଓଡ଼ିଆ ଭଜନ ଶୁଣିବାକୁ ଭଲ ଲାଗେ ବୋଲି ସେ କହିଛନ୍ତି। ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ ଏହି ଗୀତର ନିର୍ଦ୍ଦେଶନା ଦେଇଥିବାବେଳେ ରାଜ୍ୟପାଳଙ୍କ ସହ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଦୀପ୍ତିରେଖା ଓ ଛାତ୍ରୀମାନେ ଗାଇଛନ୍ତି। ଏହା ଏପ୍ରିଲ ୧ ଅର୍ଥାତ ଉତ୍କଳ ଦିବସରେ ରିଲିଜ କରାଯିବ। ଦୁଇଟି ଟେକ୍‌ରେ ରାଜ୍ୟପାଳ ଗୀତ ଗାଇଛନ୍ତି ା ଗୀତର ସମୟ ସୀମା ୩ ମିନିଟ ୨୦ ସେକେଣ୍ଡରେ ସୀମିତ ରଖାଯାଇଛି ବୋଲି ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ କହିଛନ୍ତି।

Share