ବନ୍ଧବାହାଲ ସବ୍‌ ଷ୍ଟେଶନରୁ ବନ୍ଧୁକ ଦେଖାଇ ଲୁଟିନେଲେ

ଝାରସୁଗୁଡ଼ା ଅଫିସ,୩।୭: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ବିଦ୍ୟୁତ୍‌ ସବ ଷ୍ଟେଶନରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଲୁଟ ହୋଇଛି। ଏହି ସଶସ୍ତ୍ର ଲୁଟରେ ୧୦ରୁ ୧୫ଜଣ ଦୁବୃର୍ତ୍ତ ସାମିଲ ଥିବା ଜଣାପଡ଼ିଛି। ଦୁବୃର୍ତ୍ତମାନେ ହାତରେ ବନ୍ଧୁକ, ଛୁରି ଓ ଚେନ ଆଦି ମାରଣାସ୍ତ୍ର ଧରିଥିବାବେଳେ ମୁହଁରେ ଗାମୁଛା ବାନ୍ଧିଥିଲେ। ସମସ୍ତେ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ କଥା ହେଉଥିଲେ। ଦୁର୍ବୃତ୍ତମାନେ ଥପ୍ରଥମେ ତାରକାଟି ପାଚେରି ଡେଇଁ ସବ ଷ୍ଟେଶନରେ ଭିତରେ ପ୍ରବେଶକରି ବିଦ୍ୟୁତ କର୍ମଚାରୀଙ୍କୁ ଧମକ ଚମକଦେଇଥିଲେ। ପରେ ମାରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଲାଇନ୍‌ମ୍ୟାନ ଯ୍ୟୋତିରଞ୍ଜନ ପ୍ରହରାଜ(୩୪)ଙ୍କ ମୁଣ୍ଡଫାଟି ସେ ଗୁରୁତର ହୋଇଛନ୍ତି। ପରେ ସମସ୍ତ କର୍ମଚାରୀଙ୍କୁ ଏକ କୋଠରୀରେ ବନ୍ଦକରି ଚାଲିଯାଇଥିଲା । ଏକ ବାଇକ, ୧୧ ମୋବାଇଲ, ଟ୍ରାନ୍ସଫର୍ମର କୟଲ ଆଦି ଲକ୍ଷାଧିକ ଟଙ୍କା ମୂଲ୍ୟର ବିଦ୍ୟୁତ ସରଞ୍ଜାମ ଲୁଟ ହୋଇଛି। ଏସମ୍ପର୍କରେ ଖବରପାଇ ବେଲପାହାଡ ବିଦୁତ୍‌ ସେକ୍ସନ ଏସ୍‌ଡିଓ ଯ୍ୟୋତିକାନ୍ତ ପାତ୍ର ସବ ଷ୍ଟେସନରେ ପହଁଞ୍ଚି ଥିଲେ। ଖବରପାଇ ପୋଲିସ ଅଧିକାରୀମାନେ ପହଞ୍ଚିି ତଦନ୍ତ ଚଳାଇଛନ୍ତି । ଲୁଟ ସମ୍ପର୍କରେ ପୋଲିସ ଏଯାବତ୍‌ କୌଣସି ସୁରାକ ପାଇପାରିନାହିଁ ।