Categories: ବାଣିଜ୍ୟ

ବନ୍ଧନ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର, ୩୦।୭: ବନ୍ଧନ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଏହି ବୈଠକରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥତ୍କ ଫଳାଫଳ ଘୋଷଣା କରାଯାଇଛି। ବ୍ୟାଙ୍କର ମୋଟ ବ୍ୟବସାୟ ୨୨% ବୃଦ୍ଧି ପାଇ ୨.୫୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ମୋଟ ଜମାରେ ବ୍ୟାଙ୍କର ଖୁଚୁରା ଅଂଶ ବର୍ତ୍ତମାନ ପ୍ରାୟ ୬୯% ରହିଛି। ବିତରଣ, ବ୍ୟବସାୟ ଦକ୍ଷତା ଏବଂ ଅନୁକୂଳ ପରିଚାଳନା ବାତାବରଣରେ ଏହାର ସମ୍ପ୍ରସାରଣ ଯୋଗୁଁ ଗତ ତ୍ରୟମାସରେ ଉତ୍ସାହଜନକ ଅଭିବୃଦ୍ଧି ଘଟିଛି। ସେହିଭଳି ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ବ୍ୟାଙ୍କର ଜମା ପୂର୍ବ ବର୍ଷର ସମାନ ସମୟ ତୁଳନାରେ ୨୩% ବୃଦ୍ଧି ପାଇଛି।

Share