Categories: ବାଣିଜ୍ୟ

ବନ୍ଧନ ବ୍ୟାଙ୍କର ୨ୟ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୩୧।୧୦: ବନ୍ଧନ ବ୍ୟାଙ୍କ୍‌ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବ୍ୟାଙ୍କ୍‌ର ମୋଟ କାରବାର (ଜମା ଓ ଅଗ୍ରୀମ) ୨୦୨୨ ସେପ୍ଟେମ୍ବର ୩୦ ସୁଦ୍ଧା ବର୍ଷକୁ ବର୍ଷ ଭିତରେ ୧୯.୫% ବୃଦ୍ଧି ପାଇ ୧,୯୫,୨୦୦ କୋଟି ଟଙ୍କା ହୋଇଛି। ସେହିଭଳି ବ୍ୟାଙ୍କ୍‌ର ଜମା ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୨୧% ବୃଦ୍ଧି ପାଇଛି।

ମୋଟ ଜମା ଏବେ ୯୯,୩୬୫ କୋଟି ଟଙ୍କା ରହିଛି। ଆଲୋଚ୍ୟ ଅବଧିରେ ବ୍ୟାଙ୍କ୍‌ର ରିଟେଲ୍‌ ଡିପୋଜିଟ୍‌ ବୁକ୍‌ରେ ଉଲ୍ଲେଖନୀୟ ବୃଦ୍ଧି ସହ ବର୍ଷକୁ ବର୍ଷ ୭% ଅଭିବୃଦ୍ଧି ଘଟି ୭୩,୬୬୦ କୋଟି ଟଙ୍କା ହୋଇଛି। ସେହିପରି (କରେଂଟ୍‌) ଚଳନ୍ତୀ ଓ ସଂଚୟ ଖାତା ପୁସ୍ତିକା (କାସା) ବର୍ଷକୁ ବର୍ଷ ଭିତରେ ୧୧% ବୃଦ୍ଧି ପାଇଛି। କାସା ଜମା ଅନୁପାତ ଏବେ ମୋଟ ଜମାର ୪୦.୮% ରହିଛି।

ଅଗ୍ରୀମ କ୍ଷେତ୍ରର ବ୍ୟାଙ୍କ୍‌ ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୧୮% ବୃଦ୍ଧି ହାସଲ କରିଛି। ମୋଟ ଅଗ୍ରୀମ ଏବେ ୯୫,୮୩୫ କୋଟି ଟଙ୍କା ରହିଛି। ବ୍ୟାଙ୍କ୍‌ ସ୍ଥିରତାର ସଙ୍କେତ ଭାବେ ବିଚାର କରାଯାଉଥିବା ପୁଞ୍ଜି ସ୍ବଚ୍ଛତା ଅନୁପାତ (ସିଏଆର୍‌) ୧୯.୪% ରହିଛି, ଯାହା ନିୟାମକ ଆବଶ୍ୟକତା ତୁଳନାରେ ଅଧିକ ରହିଛି। ଚଳିତ ଆର୍ଥିକ ବର୍ଷରେ ବନ୍ଧନ ବ୍ୟାଙ୍କ୍‌ ସାରା ଦେଶରେ ୫୫୦ ରୁ ଅଧିକ ନୂଆ ଶାଖା ଖୋଲିବାକୁ ଯୋଜନା ରଖିଛି। ବ୍ୟାଙ୍କ୍‌ ପକ୍ଷରୁ ଏସଏମଇ ଋଣ, ସୁନା ଋଣ, ବ୍ୟକ୍ତିଗତ ଋଣ ଓ ଗାଡ଼ି ଋଣ ଓ ଅନ୍ୟାନ୍ୟ ଉପତ୍ାଦ ପୋର୍ଟଫୋଲିଓକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଏ ସମ୍ପର୍କରେ ବନ୍ଧନ ବ୍ୟାଙ୍କର ଏମଡି ଓ ସିଇଓ ଚନ୍ଦ୍ରଶେଖର ଘୋଷ କହିଛନ୍ତି, ବ୍ୟାଙ୍କ୍‌ ପାଇଁ ଏହା ଏକ ଭଲ ତ୍ରୈମାସିକ ହୋଇଛି, କାରଣ ଆମେ ଦୃଢ଼ ବର୍ଷକୁ ବର୍ଷ ଅଭିବୃଦ୍ଧି ହାସଲ କରିଛୁ।

Share