Categories: ବାଣିଜ୍ୟ

ବନ୍ଧନ ନିଫ୍ଟି ଆଇଟି ଇଣ୍ଡେକ୍ସ ଫଣ୍ଡ୍‌

ଭୁବନେଶ୍ୱର,୨୮।୮: ବନ୍ଧନ ମ୍ୟୁଚୁଆଲ ଫଣ୍ଡ୍‌ର ଏକ ଓପନ୍‌-ଏଣ୍ଡେଡ୍‌ ଇକ୍ୱିଟି ସ୍କିମ୍‌ ବନ୍ଧନ ନିଫ୍ଟି ଆଇଟି ଇଣ୍ଡେକ୍ସ ଫଣ୍ଡର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଫଣ୍ଡ୍‌ ସହିତ ବନ୍ଧନ ମ୍ୟୁଚୁଆଲ ଫଣ୍ଡ୍‌ ଭାରତୀୟ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କ୍ଷେତ୍ରର ଅଭିବୃଦ୍ଧି ସମ୍ଭାବନାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି। ବନ୍ଧନ ନିଫ୍ଟି ଆଇଟି ଇଣ୍ଡେକ୍ସ ଫଣ୍ଡ୍‌ ନିବେଶକମାନଙ୍କୁ ଏହି କ୍ଷେତ୍ରରୁ ଦୀର୍ଘାବଧିରେ ବ୍ୟାପକ ସୁଯୋଗ ଗୁଡିକରୁ ଲାଭାନ୍ବିତ ହେବା ପାଇଁ ଏକ ସୁବିଧାଜନକ ଓ ମୂଲ୍ୟ ସାପେକ୍ଷ ମାର୍ଗ ପ୍ରଦାନ କରିବା ଲାଗି ସୁବ୍ୟବସ୍ଥିତ ରହିଛି।

ଏହି ନୂଆ ଫଣ୍ଡ୍‌ ଅଫର୍‌ ସୋମବାର ବନ୍ଦ ହେବ। ଏ ସମ୍ପର୍କରେ ବନ୍ଧନ ଏଏମ୍‌ସିର ସିଇଓ ବିଶାଲ କପୁର କହିଛନ୍ତି, ଭାରତୀୟ ଆଇଟି କ୍ଷେତ୍ର ବିଶ୍ୱ ଉଦ୍ଭାବନ କ୍ଷେତ୍ରର ଆଗ ଧାଡିରେ ରହିଛି, ଅନ୍ତର୍ଜାତୀୟ ଆଇଟି ପରିଦୃଶ୍ୟରେ ନିଜକୁ ଏକ ଟେକ୍ନୋଲୋଜି ପାୱାରହାଉସ୍‌ ଓ ଅଗ୍ରଣୀ ଖେଳାଳି ଭାବେ ସ୍ଥାପିତ କରିଛି।

Share