Categories: ଜାତୀୟ

ତେଲଙ୍ଗାନା ଭାଜପା ମୁଖ୍ୟ ଗିରଫ: ଦଳ କହିଲା, କେସିଆରଙ୍କୁ ଭୋଗିବାକୁ ପଡ଼ିବ ପରିଣାମ

ହାଇଦ୍ରାବାଦ,୫।୪: ଏସ୍‌ଏସ୍‌ସି (ମାଧ୍ୟମିକ ବିଦ୍ୟାଳୟ ସାର୍ଟିଫିକେଟ) ପେପର୍‌ ଲିକ୍‌ ମାମଲାରେ ତେଲଙ୍ଗାନା ଭାଜପା ସଭାପତି ବନ୍ଦି ସଞ୍ଚୟ କୁମାରଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏନେଇ ବୁଧବାର ଭାଜପା ପକ୍ଷରୁ ଦାବି କରିଛି। ଏହା ପୂର୍ବରୁ ମଧ୍ୟରାତ୍ରିରେ ତେଲଙ୍ଗାନା ପୋଲିସ କରିମନଗରରେ ସଞ୍ଜୟଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଅଟକ ରଖିଥିଲା। ତେଲଙ୍ଗାନା ଭାଜପା ମୁଖ୍ୟଙ୍କ ଗିରଫଦାରୀ ଉପରେ ଭାଜପା ଆଇଟି ସେଲ କେସିଆର ସରକାର ଉପରେ ଟାର୍ଗେଟ କରି ଏହାର ପରିଣାମ ଭଲ ହେବ ନାହିଁ ବୋଲି କହିଛି।

Share