ରିୟାଙ୍କ କଲ ଡିଟେଲ୍ସରେ ବାନ୍ଦ୍ରା ଡିସିପି

ମୁମ୍ବାଇ, ୭।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ କଲ ରେକର୍ଡ ଯାଞ୍ଚ ପରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ବହୁବାର ବାନ୍ଦ୍ରା ଡିସିପିଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ସେ ଅନେକ ଥର ଡିସିପିଙ୍କୁ କଲ ମଧ୍ୟ କରିଥିବା ଜଣାପଡିଛି।
ରିୟାଙ୍କ କଲ ବିରରଣୀରୁ ଜଣାପଡିଛି, ରିୟା ଚକ୍ରବର୍ତ୍ତୀ ଏବଂ ବାନ୍ଦ୍ରା ଡିସିପି ଅଭିଷେକ ତ୍ରିମୁଖେ ୪ ଥର ଫୋନରେ କଥା ହୋଇଛନ୍ତି। ରିୟା ଜୁନ ୨୧ରେ ୨୮ ସେକେଣ୍ଡ ପାଇଁ ବାନ୍ଦ୍ରା ଡିସିପିଙ୍କ ସହ କଥା ହୋଇଥିଲେ। ୨୨ ଜୁନରେ ଡିସିପି ମଧ୍ୟ ରିୟାଙ୍କୁ ଟେକ୍ସ ମେସଜ ପଠାଇଥିଲେ। ଏହାପରେ ଡିସିପି ରିୟାଙ୍କ ସହ ୨୯ ସେକେଣ୍ଡ ପାଇଁ କଥା ହୋଇଥିଲେ। ଏହାର ୮ ଦିନ ପରେ ରିୟା ଓ ଡିସିପିଙ୍କ ମଧ୍ୟରେ ୬୬ ସେକେଣ୍ଡ ବାର୍ତ୍ତାଳାପ ହୋଇଥିବା ଜଣାପଡିଛି। ଏହାପରେ ଦୁହେଁ କିଛିଦିନ ପରସ୍ପର ସହ କଥାବାର୍ତ୍ତା ହୋଇ ନ ଥିଲେ। ତେବେ ଜୁଲାଇ ୧୮ରେ ପୁଣି ଥରେ ରିୟା ଡିସିପି ଅଭିଷେକଙ୍କୁ ଫୋନ କରିଥିବା ରିୟାଙ୍କ କଲ ଡିଟେଲରୁ ସ୍ବଷ୍ଟ ହୋଇଛି।

Share