କଙ୍ଗନାଙ୍କ ବିରୋଧରେ ମାମଲା ଦାଏର ପାଇଁ ଆଦେଶ ଦେଲେ ବାନ୍ଦ୍ରା କୋର୍ଟ

ମୁମ୍ବାଇ, ୧୭।୧୦: କକଙ୍ଗନାଙ୍କ ବିରୋଧରେ ମାମଲା ଦାଏର ପାଇଁ ବାନ୍ଦ୍ରା କୋର୍ଟ ଆଦେଶ ଦେଇଛନ୍ତି। ବଲିଉଡ୍‌ରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିବା ଲାଗି କଙ୍ଗନା ଉଦ୍ୟମ କରୁଥିବା ଅଭିଯୋଗରେ ତୁରନ୍ତ ମାମଲା ଦାଏର କରିବାକୁ କୋର୍ଟ କହିଛନ୍ତି। ଟୁଇଟ୍‌ କରି ଏବଂ ନ୍ୟୁଜ୍‌ ଚ୍ୟାନେଲ୍‌କୁ ସାକ୍ଷାତ୍‌କାର ଦେଇ କଙ୍ଗନା ମୁସଲମାନ୍‌ ଏବଂ ହିନ୍ଦୁ କଳାକାରଙ୍କ ମଧ୍ୟରେ ସାମାଜିକ ଦ୍ୱେଷ ବଢ଼ାଇବାର ପ୍ରୟାସ କରୁଥିବା କୋର୍ଟ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା କଙ୍ଗନାଙ୍କ ସମସ୍ୟା ବଢ଼ିବାର ଆଶଙ୍କା ରହିଛି। ବାନ୍ଦ୍ରା କୋର୍ଟରେ ମୁନ୍ନା ଓ୍ବରାଲି ଏବଂ ସାହିଲ ଅଶରଫ୍‌ ସୈୟଦ୍‌ଙ୍କ ପକ୍ଷରୁ କଙ୍ଗନାଙ୍କ ବିରୋଧରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରାଯାଉଥିବା ଅଭିଯୋଗ କରାଯାଇଥିଲା। ଏହାର ବିଚାର କରି କୋର୍ଟ କଙ୍ଗନାଙ୍କ ବିରୋଧରେ ଧାରା ୧୫୩(କ), ୨୯୫(କ), ୧୨୪ ଏବଂ ଆଇପିସି ଧାରା ୩୪ ଅନ୍ତର୍ଗତ ମାମଲା ଦାଏର କରିବାକୁ ଆଦେଶ ଦେଇଛନ୍ତି।

Share