ମୁମ୍ବାଇ,୨।୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୧୯ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାର ଲୋକେ, ସମ୍ପର୍କୀୟ ଓ ପ୍ରଶଂସକ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ତାଙ୍କ ଆତ୍ମହତ୍ୟା ପଛରେ କ’ଣ ରହସ୍ୟ ରହିଛି ସେନେଇ ଜାଣିବାକୁ ସମସ୍ତେ ଅପେକ୍ଷାରତ ରହିଛନ୍ତି। ତେବେ ଏହି ରହସ୍ୟକୁ ସାମ୍ନାକୁ ଆଣିବା ପାଇଁ ମୁମ୍ବାଇ ପୋଲିସ ବିଭିନ୍ନ ଆଙ୍ଗେଲରୁ ଖୋଳତାଡ଼ କରୁଛି। ଏହି କ୍ରମରେ ବାନ୍ଦ୍ରା ପୋଲିସ ବଲିଉଡ୍ ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କୁ ସମନ ଜାରି କରିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କୁ ପଚରା ଉଚୁରା କରିବା ପାଇଁ ପୋଲିସ ଏହି ସମନ ଜାରି କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ୍ରେ ବଂଶବାଦକୁ ନେଇ ଚର୍ଚ୍ଚା ହୋଇଥିଲା। ଆଉ ଏଥିରେ ବଲିଉଡ୍ର କେତେକ ଷ୍ଟାର, ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ନାଁ ଯୋଡାଯାଇଥିଲା।