ବାଙ୍ଗାଲୁରୁ, ୧୦ା୨- ଭାରତୀୟ ଦଳର ପୂର୍ବତନ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ସହ ବ୍ୟାଟିଂ ପରାମର୍ଶଦାତା ଭାବେ ଯୋଡ଼ି ହୋଇଛନ୍ତି। ତାଙ୍କ ସହ କେବଳ ଗୋଟିଏ ସିଜନ ପାଇଁ ଚୁକ୍ତି କରିଛି ଆରସିବି। ସେ ମୁଖ୍ୟ କୋଚ୍ ସାଇମନ କ୍ୟାଟିଚ୍ଙ୍କ ନେତୃତ୍ୱରେ କାର୍ଯ୍ୟ କରିବେ। ଏମାନଙ୍କ ବ୍ୟତୀତ ଆରସିବିର କୋଚିଂ ଷ୍ଟାଫରେ ଶ୍ରୀଧରଣ ଶ୍ରୀରାମ (ବ୍ୟାଟିଂ ଓ ସ୍ପିନ ବୋଲିଂ ପରାମର୍ଶଦାତା) ଓ ଆଡାମ ଗ୍ରିଫିଥ (ବୋଲିଂ କୋଚ୍) ରହିଛନ୍ତି।
୨୦୧୪ରେ ବାଙ୍ଗରଙ୍କୁ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା। ୨୦୧୯ ବିଶ୍ୱକପ୍ ପର୍ଯ୍ୟନ୍ତ ସେ ଏହି ପଦରେ ଥିଲେ। ଆଇପିଏଲରେ ମଧ୍ୟ ତାଙ୍କ ଅଭିଜ୍ଞତା ରହିଛି। ସେ ମୁଖ୍ୟ କୋଚ୍ ଥିବାବେଳେ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳ ଆଇପିଏଲ ଫାଇନାଲ ଖେଳିଥିଲା।