ବାଙ୍ଗିରିପୋଷି,୧୦ା୨(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ବାଙ୍ଗିରିପୋଷି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛିା ଭାଜପା ରାଷ୍ଟ୍ରୀୟ ପରିଷଦ ସଭ୍ୟ ସୁଗଦା ମୁର୍ମୁଙ୍କ ନେତୃତ୍ୱରେ ଏହି ଘେରାଉ ହୋଇଥିଲା। ପୂର୍ବ ମୟୂରଭଞ୍ଜ ସାଙ୍ଗଠନିକ ଜିଲା ସଭାପତି କାନ୍ଦ୍ରା ସୋରେନ, ଆଦିବାସୀ ମୋର୍ଚ୍ଚା ଜିଲା ଆବାହକ ଫାଗୁ ହଁାସଦା, ସାଙ୍ଗଠନିକ ସାଧାରଣ ସମ୍ପାଦକ ଇଂ. ବିଜୟ ଦାସ, ୨୮ନଂ. ମଣ୍ଡଳ ସଭାପତି ରବିନ୍ଦ୍ର ନାଏକ, ୨୭ନଂ. ମଣ୍ଡଳ ସଭାପତି ଦୁଲାରାମ କିସ୍କୁଙ୍କ ନେତୃତ୍ୱରେ ଶତାଧିକ ଭାଜପା କର୍ମୀ ବାଙ୍ଗିରିପୋଷି ତହସିଲ କାର୍ଯ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ବାଙ୍ଗିରିପୋଷି ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ। ବିଡିଓ ଶରତ ଚନ୍ଦ୍ର ମଲ୍ଲିକ ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲାା