Categories: ଖେଳ

ଭାରତ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ପାଇଁ ଟିମ୍‌ ଘୋଷଣା କଲା ବାଂଲାଦେଶ, ଏହି ଭେଟେରାନ୍‌ ଖେଳାଳି ପଡ଼ିଲେ ବାଦ୍‌

ଢାକା,୧୨ା୯: ଭାରତ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ପାଇଁ ବାଂଲାଦେଶ କ୍ରିକେଟ୍‌ ବୋର୍ଡ ଟିମ୍‌ ଘୋଷଣା କରିଛି। ବୋର୍ଡ ନାଜମୁଲ ହୁସେନ ଶାଣ୍ଟୋଙ୍କୁ ଅଧିନାୟକ କରିଛି। ଏହା ସହ ବାଂଲାଦେଶ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଟିମ୍‌ ଜାକିର ଅଲିଙ୍କୁ ଏକ ସୁଯୋଗ ଦେଇଥିବା ବେଳେ ଶୋରଫୁଲ୍‌ ଇସଲାମକୁ ବାହାର କରିବାର ରାସ୍ତା ଦେଖାଇଛି। ବାଂଲାଦେଶ ମଧ୍ୟ ଶାକିବ ଅଲ ହାସନ, ଲିଟନ ଦାସ ଏବଂ ମେହେଦି ହାସନ ମିରାଜଙ୍କୁ ଦଳରେ ସାମିଲ କରିଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଚେନ୍ନାଇରେ ସେପ୍ଟେମ୍ବର ୧୯ରୁ ଖେଳାଯିବ। ଏହା ପରେ ସିରିଜର ଦ୍ୱିତୀୟ ମ୍ୟାଚ୍‌ କାନପୁରରେ ଅନୁଷ୍ଠିତ ହେବ।

ବାଂଲାଦେଶ ଟିମ୍‌କୁ ବହୁତ ସନ୍ତୁଳିତ ରଖିଛି। ସେ ଅଭିଜ୍ଞ ଖେଳାଳି ତଥା ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି। ନିକଟରେ ପାକିସ୍ତାନ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ରେ ବାଂଲାଦେଶ ଏକ ଚମତ୍କାର ବିଜୟ ହାସଲ କରିଥିଲା। ବର୍ତ୍ତମାନ ଟିମ୍‌ ଭାରତ ବିପକ୍ଷରେ ଲଢ଼ିବାକୁ ପ୍ରସ୍ତୁତ ଅଛି। ସେ ଟିମ୍‌ ଇଣ୍ଡିଆକୁ କଡ଼ା ଟକ୍କର ଦେବାକୁ ଆଶା ରଖିଛି।

ମହମୁଦୁଲ ହାସନ, ଜାକିର ହାସନ, ଶାଦମାନ ଇସ୍‌ଲାମ ଏବଂ ମୋମିନୁଲ ହକ ମଧ୍ୟ ଏକ ସୁଯୋଗ ପାଇଛନ୍ତି। ମୁଶଫିକୁର ରହିମ ମଧ୍ୟ ଟିମ୍‌ର ଏକ ଅଂଶ। ବାଂଲାଦେଶ ଜାକିର ଅଲିଙ୍କୁ ଦଳରେ ସାମିଲ କରିଛି। ସେ ଏପର୍ଯ୍ୟନ୍ତ ବାଂଲାଦେଶ ପାଇଁ ଟେଷ୍ଟ ଖେଳିବାର ସୁଯୋଗ ପାଇନାହାନ୍ତି। କିନ୍ତୁ ଘରୋଇ ମ୍ୟାଚ୍‌ରେ ଜାକିରଙ୍କ ଭଲ ରେକର୍ଡ ରହିଛି। ୪୯ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଜାକିର ୨୮୬୨ ରନ୍‌ ସଂଗ୍ରହ କରିଛନ୍ତ। ଏହି ଅବଧିରେ ସେ ୪ ଶତକ ଏବଂ ୧୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ପ୍ରଥମ ଶ୍ରେଣୀ ଇନିଂସରେ ଜାକିରଙ୍କ ସର୍ବୋତ୍ତମ ସ୍କୋର୍‌ ୧୭୨ ରନ୍‌ ରହିଛି।

Share