ବାଂଲାଦେଶ ହିଂସାର ମୁଖ୍ୟ ଅଭିଯୁକ୍ତ ଇକବାଲ ହୁସେନ ଗିରଫ

ଢାକା,୨୨ ।୧୦: ବାଂଲାଦେଶରେ ଦୁର୍ଗାପୂଜା ହେଉଥିବା ସ୍ଥାନରେ ହିନ୍ଦୁଙ୍କ ବିରୋଧରେ ସାମ୍ପ୍ରଦାୟିକ ହିଂସାକୁ ଉସକାଉଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସେ ହେଉଛନ୍ତି ଇକବାଲ ହୁସେନ । ପୋଲିସ କୋମିଲାରେ ନାନୁଆର ଦେଘି କୂଳରେ ଏକ ଅସ୍ଥାୟୀ ପୂଜା ମଣ୍ଡପରେ କୋରାନ ରଖିଥିବା ସନ୍ଦେହରେ ଇକବାଲଙ୍କୁ କାକ୍ସ ବଜାରରୁ ଗିରଫ କରିଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ତାଙ୍କୁ ଗିରଫ କରିଥିବା ବାଂଲାଦେଶର ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି ।

Share