Categories: ଖେଳ

ଦ୍ୱିତୀୟଥର କରୋନା ଆକ୍ରାନ୍ତ ହେଲେ ଏହି କ୍ରିକେଟର୍‌

ଢାକା, ୧୬।୯: ବାଂଲାଦେଶ କ୍ରିକେଟ୍‌ ଦଳର ଯୁବ ବ୍ୟାଟ୍ସମ୍ୟାନ ସୈଫ୍‌ ହାସନ ଦ୍ୱିତୀୟଥର ଲାଗି କରୋନା ଆକ୍ରାନ୍ତ ହୋଇଛନ୍ତି। ନିକଟରେ ହାସନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାର ୭ ଦିନ ପରେ ଦ୍ୱିତୀୟଥର ଲାଗି ତାଙ୍କର ସ୍ବାବ ଟେଷ୍ଟ କରାଯାଇଥିଲା। ଯାହାର ରିପୋର୍ଟ ପୁନର୍ବାର ପଜିଟିଭ ଆସିଛି। ଅପରପକ୍ଷରେ ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ଆଗାମୀ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିିରିଜ ଲାଗି ଘୋଷିତ ୨୭ ଜଣିଆ ପ୍ରାଥମିକ ଦଳରୁ ୨୧ ବର୍ଷୀୟ ହାସନଙ୍କୁ ବାଦ୍‌ ଦେଇଛି। କିନ୍ତୁ ଯଦି ସେ ସିରିଜ ପୂର୍ବରୁ ସୁସ୍ଥ ହୋଇଯାଆନ୍ତି ତେବେ ଦଳରେ ସାମିଲ ହୋଇପାରିବେ ବୋଲି ଜଣାପଡ଼ିଛି। ହାସନ ଚଳିତ ବର୍ଷ ପ୍ରାରମ୍ଭରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ପଦାର୍ପଣ କରି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ।

Share