Categories: ଖେଳ

୬ ଓ୍ବିକେଟରେ ଆଫଗାନିସ୍ତାନକୁ ପରାଜିତ କଲା ବାଂଲାଦେଶ…

ଧରମଶାଲା,୭।୧୦ : ବିଶ୍ୱକପ ୨୦୨୩ର ତୃତୀୟ ମ୍ୟାଚ ଧରମଶାଲାରେ ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଟସ ଜିତିବା ପରେ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କ ବୋଲରମାନେ ଅଧିନାୟକଙ୍କ ନିଷ୍ପତ୍ତି ଠିକ ପ୍ରମାଣିତ କରିଥିଲେ। ବାଂଲାଦେଶ ୧୫୬ ସ୍କୋରରେ ଆଫଗାନିସ୍ତାନକୁ ବାନ୍ଧି ରଖିଥିଲା। ଫଳରେ ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୧୫୭ ରନ ଥିଲା।

ଏହାର ଜବାବରେ ବାଂଲାଦେଶ ବ୍ୟାଟ୍ସମ୍ୟାନମାନେ ୩୪.୪ ଓଭରରେ ଲକ୍ଷ୍ୟ ହାସଲ କରି ୧୫୮ ରନ କରି ୬ ୱିକେଟ ଜିତିଥିଲେ। ଏହି ବିଜୟ ସହିତ ବାଂଲାଦେଶ ଦଳ ବିଶ୍ୱକପ ଅଭିଯାନରେ ଏକ ବିଜୟ ଆରମ୍ଭ କରିଛି।

 

Share