Categories: ଖେଳ

ଟେଷ୍ଟ କ୍ରିକେଟ୍‌ରେ ପ୍ରଥମଥର ପାଇଁ ଏମିତି ଢଙ୍ଗରେ ଆଉଟ୍‌ ହେଲେ ବାଂଲାଦେଶ କ୍ରିକେଟର୍‌: ଦେଖନ୍ତୁ ଭିଡିଓ

ଢାକା,୬।୧୧:ବାଂଲାଦେଶର ରାଜଧାନୀ ଢାକାସ୍ଥିତ ଶେର-ଇ-ବଙ୍ଗଳା ଜାତୀୟ ଷ୍ଟାଡିୟମରେ ଆୟୋଜକ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଚାଲିଛି। ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ବାଂଲାଦେଶ ଉଇକେଟ କିପର ବ୍ୟାଟ୍ସମ୍ୟାନ ମୁଶଫିକୁର ରହିମ ତାଙ୍କ ନାମରେ ଏକ ଅଦ୍ଭୁତ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଏପରି ଅଜବ ଢଙ୍ଗରେ ଉଇକେଟ ହରାଇଛନ୍ତି।
ଟେଷ୍ଟ କ୍ରିକେଟରେ ମୁଶଫିକୁର ରହିମ ନିଜେ ସଟ୍‌ ମାରିବା ପରେ ନିଜେ ବଲ ରୋକିବାରୁ ତାଙ୍କୁ ଆଉଟ୍‌ ଘୋଷଣା କରାଯାଇଛି। ମୁଶଫିକୁର ରହିମ ୮୩ ବଲରେ ୩୫ ରନ ସ୍କୋରରେ ବ୍ୟାଟିଂ କରୁଥିବାବେଳେ ଏହି ଘଟଣା ଘଟିଥିଲା। ମ୍ୟାଚର ୪୧ ତମ ଓଭରରେ କାଇଲ ଜେମସନଙ୍କ ଏକ ବଲକୁ ମୁଶଫିକୁର ରହିମ ସଟ ମାରି ଅଟକାଇଥିଲେ। କ୍ରିକେଟ ନିୟମ ଅନୁଯାୟୀ ଏହା ଭୁଲ ଅଟେ। ଏହି କାରଣରୁ ନ୍ୟୁଜିଲାଣ୍ଡ ଫିଲ୍ଡରମାନେ ତୁରନ୍ତ ଅମ୍ପାୟାରଙ୍କୁ ଅପିଲ କରିଥିଲେ ଏବଂ ଅମ୍ପାୟାର ତାଙ୍କୁ ଆଉଟ୍‌ ଘୋଷଣା କରିଥିଲେ।

Share