Categories: ଖେଳ

ହଠାତ୍‌ ଟି-୨୦ରୁ ଅବସର ନେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଦୁବାଇ,୪।୯: ଏସିଆ କପ ୨୦୨୨ରେ ଲଗାତାର ଦୁଇଟି ମ୍ୟାଚ୍‌ରେ ବାଂଲାଦେଶର ପରାଜୟ ପରେ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଛନ୍ତି ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଉଇକେଟ କିପର ମୁଶଫିକୁର ରହିମ। ବାଂଲାଦେଶର ପୂର୍ବତନ ଅଧିନାୟକ ରହିମ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ ଖେଳିବା ଜାରି ରଖିବେ। ୩୫ ବର୍ଷୀୟ ରହିମ ବାଂଲାଦେଶ ପାଇଁ ୧୦୨ ଟି-୨୦ ମ୍ୟାଚ ଖେଳିଛନ୍ତି। ସେ ୬ ଅର୍ଦ୍ଧଶତକ ସହାୟତାରେ ୧୫୦୦ ରନ ସଂଗ୍ରହ କରିଛନ୍ତି। ୨୦୦୫ରେ ବାଂଲାଦେଶ ପାଇଁ ଡେବ୍ୟୁ କରିଥିବା ରହିମ ୮୨ଟି ଟେଷ୍ଟ ଏବଂ ୨୩୬ଟି ଦିନିକିଆ ମଧ୍ୟ ଖେଳିଛନ୍ତି।
ରହିମ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ଅବସର ଘୋଷଣା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ଟେଷ୍ଟ ଏବଂ ଦିନିକିଆ ଫର୍ମାଟ ଉପରେ ଧ୍ୟାନ ଦେବା ପାଇଁ ମୁଁ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଛି। ସୁଯୋଗ ଆସିଲେ ମୁଁ ଫ୍ରାଞ୍ଚାଇଜ ଲିଗ ଖେଳିବାକୁ ଉପଲବ୍ଧ ହେବି। ଗର୍ବର ସହିତ ମୋ ଦେଶକୁ ଦୁଇଟି ଫର୍ମାଟରେ ପ୍ରତିନିଧିତ୍ୱ କରିବାକୁ ଅପେକ୍ଷା କରିଛି।

Share