ବାଂଲାଦେଶରେ ହୋଇନାହିଁ ନିରପେକ୍ଷ ନିର୍ବାଚନ: ଆମେରିକା

ଓ୍ବାଶିଂଟନ୍‌,୯।୧: ବାଂଲାଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ ହସିନା କ୍ରମାଗତ ଚତୁର୍ଥ ଥର ପାଇଁ କ୍ଷମତାକୁ ଫେରିଛନ୍ତି। ଗତଥର ତୁଳନାରେ କମ ନାଗରିକ ନିର୍ବାଚନରେ ଭାଗ ନେଇଥିଲେ। ଗତ ନିର୍ବାଚନରେ ପ୍ରାୟ ୮୦ ପ୍ରତିଶତ ଭୋଟର ଏହି ନିର୍ବାଚନରେ ଭାଗ ନେଇଥିଲେ। ଏଥର ଦେଶର ମୁଖ୍ୟ ବିରୋଧୀ ଦଳ ନିର୍ବାଚନ ଲଢିବାକୁ ମନା କରିଦେଇଥିଲେ।
ବିରୋଧୀ ଦଳ କହିଛନ୍ତି ଯେ, ବାଂଲାଦେଶରେ ଶେଖ ହାସିନାଙ୍କ ସରକାର ସହିତ ନ୍ୟାୟ ଏବଂ ସ୍ବଚ୍ଛ ନିର୍ବାଚନ କରିବା ଅସମ୍ଭବ, ତେଣୁ ସେମାନେ ନିର୍ବାଚନକୁ ବହିଷ୍କାର କରିଥିଲେ।
ବାଂଲାଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନକୁ ନେଇ ଆମେରିକାର ବୈଦେଶିକ ବିଭାଗ କହିଛି ଯେ, ବାଂଲାଦେଶରେ ଅନୁଷ୍ଠିତ ନିର୍ବାଚନ ମୁକ୍ତ ଏବଂ ନିରପେକ୍ଷ ନୁହେଁ ବୋଲି ଆମେରିକା ବିଶ୍ୱାସ କରୁଛି। ଭୋଟିଂରେ ଅନିୟମିତତା ହୋଇଥିବା ଖବର ପାଇ ଆମେରିକା ସରକାର ଚିନ୍ତିତ ଥିଲେ। ନିର୍ବାଚନ ସମୟରେ ମଧ୍ୟ ହିଂସାକୁ ଆମେରିକା ନିନ୍ଦା କରିଥିଲା। ଏଥି ସହିତ ବ୍ରିଟେନ କହିଛି ଯେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପଞ୍ଚମ ଥର କ୍ଷମତାକୁ ଫେରାଇ ଆଣିଥିବା ନିର୍ବାଚନ ମୁକ୍ତ ଏବଂ ନିରପେକ୍ଷ ନିର୍ବଚନର ମାନଦଣ୍ଡ ପୂରଣ କରୁନାହିଁ।

Share