କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୪୦ରୁ ଊର୍ଦ୍ଧ୍ୱ ମୃତ

ଢାକା,୯ ।୭: ବାଂଲାଦେଶର ରାଜଧାନୀ ଢାକାରେ ଥିବା ଏକ ଫ୍ୟାକ୍ଟ୍ରିରେ ନିଆ ଲାଗିଯିବା ଫଳରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ରୁପଗଞ୍ଜରେ ଥିବା ଏହି କାରକଖାନାରେ କିପରି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ନିଆଁ ଲାଗିବା ସମୟରେ କେତେ ଲୋକ ଜୀବନ ବଞ୍ଚାଇବାକୁ ଯାଇ ୬ ମହଲା ଉପରୁ ତଳକୁ ଡେଇଁପଡିଛନ୍ତି । ଫଳରେ ଏମାନଙ୍କ ଭିତରୁ ଯେଉଁମାନେ ଗୁରୁତର ଆହତ ହୋଇଯାଇଛନ୍ତି ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭ୍‌ର୍ତ୍ତି କରାଯାଇଛି । ଏବେ ପର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଟ ହୋଇପାରୁ ନି କି ଫ୍ରାକ୍ଟ୍ରି ଭିତରେ କେତେଜଣ ଲୋକ ଥିଲେ । ଦମକଳ ବାହିନୀର ଗାଡି ନିଆଁ ଲିଭା କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ନିଜ ପ୍ରିୟ ଜନଙ୍କୁ ହରାଇଥିବା ଭୟରେ ଭ୍ୟାକ୍ଟ୍ରିରେ କାମ କରୁଥିବା ଲୋକଙ୍କ ପରିବାର ଲୋକେ ବାହାରେ ଜମା ହୋଇ ଯାଇଛନ୍ତି । ନୁଡଲ୍‌ସ୍ ଓ ଡ୍ରିଙ୍କସ୍ ତିଆରି ହେଉଥିବା ଏହି ଫ୍ୟାକ୍ଟି ଭିତରେ ଏବେବି କେତେ ଲୋକ ରହିଛନ୍ତି ତାହା ସ୍ପଷ୍ଟ ହୋଇ ପାରୁ ନାହିଁ । ନିଆଁ ଲାଗିବା ପରେ ଏହାର ଛାତ ଉପରେ ଥିବା ପ୍ରାୟ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଛଅ ମହଲା ବିଶିଷ୍ଟ ଏହି ଫ୍ୟାକ୍ଟିରେ ନିଆଁ ଲାଗିବା ଫଳରେ କେତେଜଣ ଏହାର ଛାତ ଉପରକୁ ଯାଇ ଡେଇଁ ପଡିଥିଲେ । ଏମାନଙ୍କ ମଧ୍ୟୁ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

Share