Categories: ଖେଳ

ଭାରତକୁ ୯୭ ରନର ଟାର୍ଗେଟ୍‌ ଦେଲା ବାଂଲାଦେଶ

ହାଙ୍ଗଝୋ,୬।୧୦: ଚାଇନାରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସରେ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ପୁରୁଷ କ୍ରିକେଟ୍‌ ସେମିଫାଇନାଲ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଜିତିବା ପାଇଁ ବାଂଲାଦେଶ ଭାରତକୁ ୯୭ ରନର ଲକ୍ଷ୍ୟ ଦେଇଛି। ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍‌ ହରାଇ ୯୬ ରନ୍‌ ସଂଗ୍ରହ କରିଥିଲା। ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ସାଇ କିଶୋର ୪ ଓଭରରେ ୧୨ ରନ ଦେଇ ୩ ଉଇକେଟ ନେଇଥିଲେ। ୱାଶିଂଟନ ସୁନ୍ଦର ୪ ଓଭରରେ ୧୫ ରନ ଦେଇ ୨ ଉଇକେଟ ନେଇଥିଲେ। ଅର୍ଶଦୀପ ସିଂ, ତିଲକ ବର୍ମା, ରବି ବିଷ୍ଣୋଇ ଏବଂ ଶାହବାଜ ଅହମ୍ମଦ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜାକିର ଅଲି ବାଂଲାଦେଶ ପାଇଁ ସର୍ବାଧିକ ୨୪ ରନ ସଂଗ୍ରହ କରିଥିଲେ। ପରଭେଜ ୩୨ ବଲରେ ୨୩ ରନ ସଂଗ୍ରହ କରିଥିଲେ।

Share