ଶେଖ ହାସିନା ଦେଶ ଛାଡି ଯିବା ପରେ ବାଂଲାଦେଶ ହେଲା ମାଲାମାଲ, ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ୟୁନୁସ ସରକାର

ଢାକା,୩୦।୮: ବାଂଲାଦେଶରେ ବ୍ୟାପକ ବିରୋଧ ପରେ ଶେଖ ହାସିନାଙ୍କୁ ଇସ୍ତଫା ଦେଇ ଦେଶ ଛାଡି ପଳାଇବାକୁ ପଡିଲା। ଏହା ପରେ ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେଲା। ୟୁନୁସ ସରକାର ଗଠନ ହେବା ମାତ୍ରେ ପଡୋଶୀ ଦେଶରେ ଯେପରି ଏକ ଲଟେରୀ ଲାଗିଯାଇଛି। ଶାନ୍ତି ଫେରିବା ପରେ ପଡୋଶୀ ଦେଶରେ ଏତେ ଟଙ୍କା ଆସିବା, ଯାହା ସରକାର କେବେ ଆଶା କରି ନ ଥିଲେ।

ରିପୋର୍ଟ ଅନୁଯାୟୀ, ବାଂଲାଦେଶକୁ ପ୍ରବାସୀମାନଙ୍କଠାରୁ ମିଳିଥିବା ଅର୍ଥ ଅଗଷ୍ଟ ପ୍ରଥମ ୨୮ ଦିନରେ ଦୁଇ ବିଲିୟନ ଡଲାରରୁ ଅଧିକ ରହିଛି। ଏହାକୁ ଦେଖିଲେ ବୁଝିହେବ ଯେ ପଡୋଶୀ ଦେଶ ପୁଣି ଥରେ ଟ୍ରାକରେ ଚାଲିବାକୁ ପ୍ରସ୍ତୁତ ହେଉଛି।

ବାଂଲାଦେଶ ବ୍ୟାଙ୍କର ରେମିଟେନ୍ସ ରିପୋର୍ଟରେ କୁହାଯାଇଛି ଯେ ଅଗଷ୍ଟ ୨୮ ପର୍ଯ୍ୟନ୍ତ ପ୍ରବାସୀ ବାଂଲାଦେଶୀମାନେ ଆନୁଷ୍ଠାନିକ ଚ୍ୟାନେଲ ମାଧ୍ୟମରେ ୨.୦୭ ବିଲିୟନ ଡଲାର ପଠାଇଛନ୍ତି। ଗତ ବର୍ଷ ଅଗଷ୍ଟ ୨୦୨୩ରେ ରେମିଟେନ୍ସର ଫ୍ଲୋ ୧.୪୩ ବିଲିୟନ ଡ଼ଲାର ଥିଲା। ଏଥି ସହିତ, ବାଂଲାଦେଶରେ ଛାତ୍ର ଆନ୍ଦୋଳନ ସମୟରେ ଅର୍ଥାତ୍‌ ଜୁଲାଇ ୨୦୨୪ରେ, ଏହି ପରିମାଣ ଗତ ୧୦ ମାସ ମଧ୍ୟରେ ସର୍ବନିମ୍ନ ଥିଲା। ପଡୋଶୀ ଦେଶରେ ଜୁଲାଇରେ ରେମିଟେନ୍ସ ପ୍ରାୟ ୧.୯୧ ବିଲିୟନ ଡ଼ଲାର ଥିଲା, କିନ୍ତୁ ଛାତ୍ର ଆନ୍ଦୋଳନ ଏବଂ ଛୁଟିଦିନ ହେତୁ ବାଂଲାଦେଶର ବ୍ୟାଙ୍କଗୁଡିକ ଜୁଲାଇ ୧୯ରୁ ୨୩ ପର୍ଯ୍ୟନ୍ତ ବନ୍ଦ ରହିଥିଲା।

କେବଳ ଏତିକି ନୁହେଁ, ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ଲଗାତାର ବନ୍ଦ ରହିଥିଲା। ଏସବୁ ବ୍ୟତୀତ, ଯଦି ଆମେ ମୋବାଇଲ ଇଣ୍ଟରନେଟ ସେବା ବିଷୟରେ କଥା ହେଉ, ତେବେ ଏହା ମଧ୍ୟ ୧୦ ଦିନ ପାଇଁ ବନ୍ଦ ହୋଇଯାଇଥିଲା, ଯେଉଁଥିପାଇଁ ଟଙ୍କା ପଠାଇବାରେ ବହୁତ ହ୍ରାସ ଘଟିଥିଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri