ଶେଖ ହାସିନାଙ୍କ ଉପରେ ବଡ଼ ନିଷ୍ପତ୍ତି ନେଲେ ବାଂଲାଦେଶ ସରକାର, ବଢିପାରେ ଅଡୁଆ…

ଢାକା,୯।୧: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମଙ୍ଗଳବାର କହିଛନ୍ତି ଯେ ସେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଅନ୍ୟ ୯୬ ଜଣଙ୍କ ପାସପୋର୍ଟ ବାତିଲ କରିଛନ୍ତି। ଗତବର୍ଷ ଜୁଲାଇରେ ଘଟିଥିବା ବଳପୂର୍ବକ ନିଖୋଜ ଏବଂ ହତ୍ୟା ଘଟଣାରେ ସେମାନଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ହେତୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଛାତ୍ରମାନଙ୍କ ନେତୃତ୍ୱରେ ଏକ ବିଶାଳ ପ୍ରତିବାଦ ପରେ ଶେଖ ହାସିନା (୭୭) ଗତ ବର୍ଷ ଅଗଷ୍ଟ ୫ ତାରିଖରେ ବାଂଲାଦେଶରୁ ନୂଆଦିଲ୍ଲୀ ପଳାଇ ଆସିଥିଲେ, ଯାହା ତାଙ୍କ ୧୬ ବର୍ଷର ଆୱାମୀ ଲିଗ ସରକାରକୁ ଭାଙ୍ଗି ଦେଇଥିଲା।

ବାଂଲାଦେଶର ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT) ମାନବତା ବିରୋଧୀ ଅପରାଧ ଏବଂ ନରସଂହାର” ପାଇଁ ହାସିନା ଏବଂ ଅନେକ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ, ପରାମର୍ଶଦାତା ଏବଂ ସାମରିକ ଏବଂ ବେସାମରିକ ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି।

ଏକ ଖବରଦାତା ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟ ପରାମର୍ଶଦାତାଙ୍କ ଉପ-ପ୍ରେସ ସଚିବ ଅବୁଲ କଲାମ ଆଜାଦ ମଜୁମଦାର କହିଛନ୍ତି, “ପାସପୋର୍ଟ ବିଭାଗ ଜୋରଜବରଦସ୍ତ ନିଖୋଜ ଘଟଣାରେ ସମ୍ପୃକ୍ତ ୨୨ ଜଣଙ୍କ ପାସପୋର୍ଟ ବାତିଲ କରିଛି ଏବଂ ଜୁଲାଇରେ ହତ୍ୟାକାଣ୍ଡ ଘଟଣାରେ ଶେଖ ହାସିନାଙ୍କ ସମେତ ୭୫ ଜଣଙ୍କ ପାସପୋର୍ଟ ବାତିଲ କରାଯାଇଛି।

Share