ଶେଖ ହସିନାଙ୍କ ବାସଭବନରେ ପଶି ପ୍ରଦର୍ଶନକାରୀଙ୍କ ତୁମୁଳକାଣ୍ଡ, ବେଡ୍‌ରେ ଶୋଇଲେ, ଡଙ୍ଗାରେ ବୁଲିଲେ, ଭାଇରାଲ ହେଉଛି ଭିଡିଓ

ଢାକା,୫।୮: ସଂରକ୍ଷଣ ପ୍ରସଙ୍ଗରେ ବାଂଲାଦେଶରେ ଆରମ୍ଭ ହୋଇଥିବା ବିରୋଧ ବର୍ତ୍ତମାନ ନିୟନ୍ତ୍ରଣ ବାହାରେ। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡି ପଳାଇଛନ୍ତି। ପ୍ରଦର୍ଶନ ସମୟରେ ଏକ ଚିତ୍ର ସାମ୍ନାକୁ ଆସିଛି, ଯେଉଁଠାରେ ହିଂସାତ୍ମକ ପ୍ରଦର୍ଶନକାରୀମାନେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ପ୍ରତିମୂର୍ତ୍ତିରକୁ ହାତୁଡ଼ିରେ ଭାଙ୍ଗି ଦେଇଛନ୍ତି।

ଶେଖ ହସିନାଙ୍କ ଇସ୍ତଫା ପରେ ବିକ୍ଷୋଭକାରୀମାନେ ଢାକାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିଛନ୍ତି। ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଭଙ୍ଗାରୁଜା କରି ଜିନିଷପତ୍ର ନେଇଯାଉଛନ୍ତି। ଏଥିସହ ଘରେ ପଶି ଖଟ ଉପରେ ଶୋଇ ଭିଡିଓ କରୁଥିବା ନଜର ଆସିଛନ୍ତି।

ତେବେ କିଛି ସମୟ ପୂର୍ବରୁ ଶେଖ ହସିନା ତାଙ୍କ ଇସ୍ତଫା ପତ୍ର ଦେଇ ଭାରତର ଅଗରତାଲା ସହରକୁ ଯାଇଥିବା ଚର୍ଚ୍ଚା ହେଉଛି। ଏହା ପରେ ବାଂଲାଦେଶ ସେନା ମୁଖ୍ୟ ଦେଶରେ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

Share