Categories: ଖେଳ

ୟୁଏଇକୁ ହରାଇ ବାଂଲାଦେଶ ଚାମ୍ପିୟନ

ଦୁବାଇ, ୧୭ା୧୨: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ୧୯୫ ରନ୍‌ରେ ପରାସ୍ତ କରି ବାଂଲାଦେଶ ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଚାମ୍ପିୟନ ହୋଇଛି। ରବିବାର ଖେଳାଯାଇଥିବା  ମ୍ୟାଚରେ ବାଂଲାଦେଶର ଉଇକେଟକିପର-ବ୍ୟାଟର ଆଶିକୁର ରହମନ ଶିବ୍‌ଲି ଫର୍ମ ଜାରି ରଖି ୫ଟି ମ୍ୟାଚରେ ତାଙ୍କର ଦ୍ୱିତୀୟ ଶତକ ହାସଲ କରିଥିଲେ। ସେ ୧୨ ଚୌକା ଓ ଗୋଟିଏ ଛକା ସହ ୧୨୯ରନ୍‌ (୧୪୯ ବଲ୍‌) କରିଥିଲେ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ବିନିମୟରେ ୨୮୨ ରନ କରିଥିଲା। ଜବାବରେ ୟୁଏଇ ମାତ୍ର ୨୪.୫ ଓଭରରେ ୮୭ ରନ୍‌ କରି ଅଲଆଉଟ ହୋଇଯାଇଥିଲା।  ଆଶିକୁର ୧୨୬.୦୦ ଷ୍ଟ୍ରାଇକ୍‌ ରେଟ୍‌ରେ ୫ଟି ଇନିଂସରୁ ୩୭୮ ରନ ସଂଗ୍ରହ କରି ଉଭୟ ପ୍ଲେୟର ଅଫ୍‌ ଦି ମ୍ୟାଚ ଓ ସିରିଜ ବିବେଚିତ ହୋଇଥିଲେ।

Share