ବାଂଲାଦେଶ ସ୍ଥିରତା ପ୍ରତି ବିପଦ

ଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଏତେ ଶୀଘ୍ର କ୍ଷମତାଚ୍ୟୁତ ହେବେ ବୋଲି କେହି ପ୍ରାୟତଃ ଆଶାକରି ନ ଥିଲେ। ଜୁଲାଇ ପ୍ରାରମ୍ଭରେ ଛାତ୍ରମାନେ ଚାକିରିରେ ସଂରକ୍ଷଣ ବିଷୟକୁ ନେଇ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ୧୯୭୧ ମୁକ୍ତିଯୁଦ୍ଧର ସଂଗ୍ରାମୀଙ୍କ ଦାୟାଦଙ୍କ ପାଇଁ ସିଭିଲ ସର୍ଭିସ୍‌ ପଦବୀରେ ୩୦% ସଂରକ୍ଷଣର ପ୍ରତିବାଦ ସ୍ବରୂପ ଏହି ଛାତ୍ର ଆନ୍ଦୋଳନ ଦେଖାଯାଇଥିଲା। ଧୀରେ ଧୀରେ ସ୍ଥିତି ଅଶାନ୍ତ ହୋଇପଡ଼ିଲା ଏବଂ ଏହାକୁ ଦମନ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଗଲା। ଏପରିକି ଗୁଳି କରିବାକୁ କୁହାଗଲା। ୫ ଅଗଷ୍ଟ ସୁଦ୍ଧା ପାଖାପାଖି ୩୦୦ ଲୋକଙ୍କର ମୃତ୍ୟୁ ଘଟିଲା। ଏହାପରେ ସେନାର ଅତ୍ୟଧିକ ଚାପର ସମ୍ମୁଖୀନ ହୋଇ ହାସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫାଦେଇ ଦେଶ ଛାଡ଼ି ପଳାଇଗଲେ।
ବୃଦ୍ଧି ପାଉଥିବା ଆର୍ଥିକ ଜଟିଳତା, ବଢ଼ୁଥିବା ବେରୋଜଗାର ଏବଂ ଉପରମୁହଁା ମୁଦ୍ରାସ୍ଫୀତି ଦେଇ ଦେଶ ଗତି କରୁଥିବା ସମୟରେ ବିବାଦୀୟ ଚାକିରି ସଂରକ୍ଷଣ ବ୍ୟବସ୍ଥାର ଅସନ୍ତୋଷକୁ ଏହି ଆନ୍ଦୋଳନର ଏକ ବଡ଼ କାରଣ ଭାବେ ଦେଖାଯାଏ। କିନ୍ତୁ ଏହି ଆନ୍ଦୋଳନ କେବଳ ଗୋଟିଏ କାମରୁ ଆରମ୍ଭ ହୋଇଥିଲା। ସବୁଠୁ ଗମ୍ଭୀର ଓ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଥିଲା ହାସିନାଙ୍କ ଅଧିକ ଏକଚ୍ଛତ୍ରବାଦ ମନୋଭାବ। ଏହା ବାଂଲାଦେଶର ରାଜନୈତିକ ଦୃଶ୍ୟପଟକୁ ଏପାଖସେପାଖ କରିଦେବା ସହ ଅସନ୍ତୋଷ ତଥା ଅସହମତିର କାରଣ ପାଲଟିଥିଲା। ଗତବର୍ଷ ବାଂଲାଦେଶ ଗସ୍ତ ସମୟରେ ମୁଁ ଏହା ଅନୁଭବ କରିଥିଲି। ହାସିନାଙ୍କ ଆଓ୍ବାମୀ ଲିଗ୍‌ର ଅନେକ ସମର୍ଥକଙ୍କ ସମେତ ଅନ୍ୟ ଲୋକଙ୍କ ସହ କଥା ହୋଇଥିଲି ଏବଂ ହାସିନାଙ୍କର ଅଧିକ ଏକଚ୍ଛତ୍ରବାଦ, ଅସହିଷ୍ଣୁତାର ଅସନ୍ତୋଷ ଏବଂ ଗଣମାଧ୍ୟମକୁ ଧମକଦେବା ଆଦି ବିଷୟକୁ ନେଇ ସେମାନେ ଚିନ୍ତାପ୍ରକଟ କରିଥିଲେ। ଯଦିଓ ସ୍ବର ନରମ ଥିଲା ,ତଥାପି ବାଂଲାଦେଶର ମୂଳନୀତି ଗଣତନ୍ତ୍ର ଓ ଧର୍ମନିରପେକ୍ଷବାଦର ପତନକୁ ନେଇ ସେମାନେ ଦୁଃଖ ପ୍ରକାଶ କଲେ । ଉଲ୍ଲେଖନୀୟ ଯେ, ହାସିନାଙ୍କ ପିତା ଶେଖ୍‌ ମୁଜିବୁର ରେହମାନଙ୍କ ନେତୃତ୍ୱରେ ଆଓ୍ବାମୀ ଲିଗ୍‌ ପାର୍ଟି ବାଂଲାଦେଶ ସ୍ବାଧୀନତା ଲଢ଼େଇରେ ପ୍ରମୁଖ ଭୂମିକା ନେଇଥିଲା।
ଦୁଃଖଦ ବିଷୟ ହେଉଛି, ଏହି ବାଟରେ ଏହା ହେବାର ନ ଥିଲା। ହାସିନା ଜଣେ ସାହସୀ ଓ ଧର୍ମନିରପେକ୍ଷ ନେତା। ଆର୍ଥିକ ଓ ସାମାଜିକ ପ୍ରଗତିରେ ଧର୍ମୀୟ ମୌଳବାଦ ବାଧକ ସାଜିବାର ସମ୍ଭାବନାକୁ ଲକ୍ଷ୍ୟକରି ତା’ଠାରୁ ବାଂଲାଦେଶକୁ ସେ ଦୂରେଇ ରଖିଥିଲେ। ସେହି ସମୟରେ ସେ ଦେଶର ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ମାର୍ଗଦର୍ଶନ କରିଥିଲେ। ୨୦୧୯ରେ ବାଂଲାଦେଶର ମୁଣ୍ଡ ପିଛା ଘରୋଇ ଉପତ୍ାଦ ଭାରତକୁ ଟପିଯାଇଥିଲା। ଏହା ଏପରି ଏକ ସଫଳତା ୫ କିମ୍ବା ୧୦ବର୍ଷ ପୂର୍ବେ ଅସମ୍ଭବ ଲାଗୁଥିଲା। ଏହା ନିଶ୍ଚିତ ଯେ, ଭାରତର ୨୦୧୬ ବିମୁଦ୍ରୀକରଣ ନୀତି ଏହି ସଫଳତାର ଏକ ଆଂଶିକ କାରଣ। କଳା ଟଙ୍କା ଓ ଦୁର୍ନୀତି ରୋକିବା ପାଇଁ ବିମୁଦ୍ରୀକରଣ କରାଯାଇଥିଲା, କିନ୍ତୁ ତାହା ବିଫଳ ହେଲା। ଏହା ଯୋଗୁ ପରବର୍ତ୍ତୀ ୫ ବର୍ଷରେ ଭାରତର ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧିରେ କ୍ରମାଗତ ହ୍ରାସ ଘଟିଥିଲା। ହେଲେ ବାଂଲାଦେଶର ମଜଭୁତ ରପ୍ତାନି ବ୍ୟବସ୍ଥା ଓ ବିକାଶ ତାହାର ଆର୍ଥିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ନେଇଥିଲା।
ନେତୃତ୍ୱ ଅଭାବ ଯୋଗୁ ଦେଖାଦେଇଥିବା ଏହି ଅପ୍ରତ୍ୟାଶିତ ବିଦ୍ରୋହ ବାଂଲାଦେଶର ସ୍ଥିରତାରେ ବିପଦ ଆଣିପାରେ। ଇତିହାସରୁ ବହୁବାର ଦର୍ଶାଇଛି ଯେ, ଯେତେ ଯୁକ୍ତିଯୁକ୍ତ ହୋଇଥାଉ ନା କାହିଁକି ଏକ ବିଦ୍ରୋହ ପରେ ଦେଶଗୁଡ଼ିକ ପ୍ରାୟତଃ ଅପ୍ରତ୍ୟାଶିତ ମୋଡ଼ ନେଇଥାନ୍ତି। ଏହା ନିଃସନ୍ଦେହ ଯେ, ବାଂଲାଦେଶରେ ବିଦ୍ରୋହୀ ଚରମପନ୍ଥୀ ଗୋଷ୍ଠୀ କ୍ଷମତା ଦଖଲ କରିବାକୁ ଚେଷ୍ଟା କରିବେ। ଯଦି ତାହା ଘଟେ, ତେବେ ଏହା ବାଂଲାଦେଶର ସଫଳ ଧାରାକୁ ଶେଷ କରିଦେଇପାରେ। ତଥାପି ଏହି ସ୍ଥିତିରେ କିଛି ଆଶାର ଆଧାର ରହିଛି। କାରଣ ଆନ୍ଦୋଳନର ନେତୃତ୍ୱ ନେଇଥିବା ଛାତ୍ରମାନେ ଏବଂ ଦେଶର ସେନା ପଦାଧିକାରୀମାନେ ଦାୟିତ୍ୱର ସହ କାମ କରିଛନ୍ତି। ସେମାନେ ନିଜେ କ୍ଷମତା ଦଖଲ କରିବା ପରିବର୍ତ୍ତେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତିକାଳୀନ ସରକାର ଗଠନ କରିଛନ୍ତି। ଏଭଳି ଏକ ସରକାର କେତେ ସମୟ କାର୍ଯ୍ୟ କରିବ ସେ ସମ୍ପର୍କରେ ବାଂଲାଦେଶ ସମ୍ବିଧାନ କୌଣସି ସ୍ପଷ୍ଟ ମାର୍ଗ ସୂଚିତ କରିନାହିଁ। ତେବେ କେତେକେ ନିର୍ବାଚନଗୁଡ଼ିକୁ ତ୍ୱରିତ କରିବା ପାଇଁ ଦାବି କରିଛନ୍ତି। କିନ୍ତୁ ମୁଁ ଭାବୁଛି , ସେସବୁକୁ ଅନ୍ତତଃପକ୍ଷେ ଆସନ୍ତା ଗ୍ରୀଷ୍ଣରେ କରାଯିବା ଉଚିତ। ଏକ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥ ବ୍ୟବସ୍ଥା ସ୍ଥିରହେବା ଦରକାର ଏବଂ ରାଜନୈତିକ ସଂସ୍ଥାଗୁଡ଼ିକର ପୁନଃ ନିର୍ମାଣ କରାଯିବା ଆବଶ୍ୟକ।
ବିଶ୍ୱରେ ଆଖିଦୃଶିଆ ଆର୍ଥିକ ସଫଳତା ହାସଲ କରିଥିବା ସତ୍ତ୍ୱେ ବାଂଲାଦେଶ କିଛି ବର୍ଷ ହେଲା ସଂଘର୍ଷ କରିଆସୁଛି। ଦେଶର ଦୁଇଟି ବୃହତ୍‌ ଆର୍ଥିକ ଆହ୍ବାନ ସାମ୍ନାକୁ ଆସିଛି। ଗୋଟିଏ ହେଉଛି ଅଧିକ ଯୁବକ ବେରୋଜଗାର ଓ ଉଚ୍ଚ ମୁଦ୍ରାସ୍ଫୀତି ହାର। ଏଗୁଡ଼ିକୁ ସପ୍ତାହ କେଇଟାରେ ସମାଧାନ କରାଯାଇପାରିବ ନାହିଁ। ବିଗତ କିଛି ବର୍ଷ ମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କର ସ୍ବାଧୀନତା ସମ୍ପୂର୍ଣ୍ଣ ଭାବେ କ୍ଷୁଣ୍ଣ ହୋଇଛି ଏବଂ ଏହାକୁ ପୁନଃ ସ୍ଥାପିତ କରାଯିବା ଦରକାର। ଏହା ସହ ସରକାର ନିଯୁକ୍ତି ବୃଦ୍ଧି ପାଇଁ ଅନେକ ବିତ୍ତୀୟ ସଂଶୋଧନ କରିବା ଆବଶ୍ୟକ।
ରାଜନୈତିକ ପରିପ୍ରେକ୍ଷୀରେ, ମଧ୍ୟବର୍ତ୍ତିକାଳୀନ ସରକାରଙ୍କୁ ପକ୍ଷପାତହୀନ ଦୃଷ୍ଟିକୋଣ ଗ୍ରହଣ କରିବାକୁ ହେବ। କେତେକ ଦଳ ଆଓ୍ବାମୀ ଲିଗ୍‌ ଓ ତାହାର ଅନୁବନ୍ଧିତ ଗୋଷ୍ଠୀଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରିପାରନ୍ତି। ଏହା ଏକ ଭୁଲ୍‌ ପଦକ୍ଷେପ ହେବ। ବ୍ୟକ୍ତିଗତ ଭାବେ ଯେଉଁମାନେ ଅପରାଧ କରିଛନ୍ତି ସେମାନଙ୍କୁ ନିର୍ବାଚନରେ ଲଢ଼ିବାକୁ ଅନୁମତି ଦେବା ଉଚିତ ନୁହେଁ। ତେବେ ଗୋଟିଏ ଦଳ ଭାବେ ଆଓ୍ବାମୀ ଲିଗ୍‌ ଏକ ପ୍ରଗତିଶୀଳ ଶକ୍ତି ରୂପେ ପ୍ରମୁଖ ଭୂମିକା ନେଇଛି ଓ ଉଗ୍ରବାଦକୁ ପ୍ରତିରୋଧ କରିଛି। ଏହାର ଅନେକ ସଦସ୍ୟ କିଛି ବର୍ଷ ହେଲା ହାସିନାଙ୍କ ଏକଚ୍ଛତ୍ରବାଦ ଆଭିମୁଖ୍ୟର ବିରୋଧରେ ଥିଲେ ବି ସ୍ବର ଉତ୍ତେଳନକରି କୌଣସି ପଦକ୍ଷେପ ନେବାକୁ ଭୟ କରିଥିଲେ।
ବିଶ୍ୱ ବ୍ୟାଙ୍କରେ ୧ ମେ ୨୦୨୩ରେ ହାସିନାଙ୍କ ସହ ମୋର ଶେଷ ସାକ୍ଷାତ ହୋଇଥିଲା। ସେତେବେଳର ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ଡାଭିଡ୍‌ ମାଲପାସ୍‌ ବ୍ୟାଙ୍କ ଓ ବାଂଲାଦେଶ ମଧ୍ୟରେ ୫୦ ବର୍ଷର ସହଭାଗିତା ପାଳନ କରିବା ସକାଶେ ହାସିନାଙ୍କୁ ଆମନ୍ତ୍ରଣ କରିଥିଲେ। ମୁଁ ୱାଶିଂଟନସ୍ଥିତ ବ୍ୟାଙ୍କର ମୁଖ୍ୟ ବିଲ୍ଡିଂକୁ ଯିବାବେଳେ ହାସିନାଙ୍କୁ ବିରୋଧ କରିବାକୁ ବାହାରେ ଏକାଠି ହୋଇଥିବା ବାଂଲାଦେଶ ଲୋକଙ୍କ ଏକ ଭିଡ଼ ଦେଇ ଯାଇଥିଲା। ଏହି ସଭାରେ ହାସିନାଙ୍କୁ ଏକ ଛୋଟ କର୍ମଚାରୀ ଗୋଷ୍ଠୀ ଓ ପରାମର୍ଶଦାତା ଘେରି ରହିଥିଲେ ଏବଂ ସେ ଯାହା କହିଥିଲେ ସେଥିରେ ସେମାନେ ସହମତ ହୋଇଥିଲେ। ସେମାନେ ପ୍ରକୃତରେ ହାସିନାଙ୍କ ସହ ସହମତ ହୋଇଥିଲେ ନା ଅସହମତ ହେବା ଅତି କଠିନ ଥିଲା?

କୌଶିକ ବସୁ
ପୂର୍ବତନ ଅର୍ଥନୀତିଜ୍ଞ, ବିଶ୍ୱବ୍ୟାଙ୍କ ତଥା ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri