ଭାରତ-କାନାଡା ବିବାଦରେ ଭାରତକୁ ସମର୍ଥନ କଲା ବାଂଲାଦେଶ, କହିଲେ ଆତଙ୍କବାଦୀଙ୍କ ହବ୍‌ ପାଲଟିଛି କାନାଡା

ଢାକା,୩୦।୯: ଭାରତ-କାନାଡା ବିବାଦକୁ ନେଇ ପ୍ରତିକ୍ରିୟା ରଖିଛି ବାଂଲାଦେଶ। ଖାଲିସ୍ତାନୀ ନେତାଙ୍କୁ ସମର୍ଥନ କରୁଥିବା କାନାଡା ଉପରେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି, କାନାଡା ଆତଙ୍କବାଦୀଙ୍କ ହବ୍‌ ପାଲଟିଛି। ଯେକୌଣସି ଆତଙ୍କବାଦୀ କାନାଡା ଯାଇ ସେଠାରେ ଆଶ୍ରୟ ନେଇପାରୁଛନ୍ତି।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୋମେନ ଏକ ଟିଭି ସାକ୍ଷାତକାରରେ ଏହି ମନ୍ତବ୍ୟ ଦେଇଛନ୍ତି। ଯେତେବେଳେ ତାଙ୍କୁ ବାଂଲାଦେଶର ରାଷ୍ଟ୍ରପତି ଶେଖ ମୁଜିବୁର ରହମାନଙ୍କ ହତ୍ୟାକାରୀ ବିଷୟରେ ପଚରାଯାଇଥିଲା। ତାଙ୍କ ହତ୍ୟାକାରୀ କାନାଡାରେ ରହୁଛନ୍ତି ବୋଲି ସେ କହିଥିଲେ। କାନାଡାରେ ସେ ସୁଖଦ ଜୀବନ ବିତାଉଛନ୍ତି। ରାଷ୍ଟ୍ରପତିଙ୍କ ହତ୍ୟାକାରୀଙ୍କୁ ଦେଶରୁ ବିତାଡିତ କରିବାକୁ ଆମେ କାନାଡା ସରକାରଙ୍କୁ ବହୁବାର ଅନୁରୋଧ କରୁଛୁ। ଦୁର୍ଭାଗ୍ୟବଶତଃ ସେ ଏହାକୁ ଅଣଦେଖା କରିଛନ୍ତି। ଏନେଇ ଆମେ କାନାଡା କୋର୍ଟକୁ ମଧ୍ୟ ଯାଇଥିଲୁ।

Share