Advertisement

ଭାଇରାଲ ହେଉଛି ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଫଟୋ

ଢାକା,୨୨।୧୧: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବେ ଚର୍ଚ୍ଚାରେ। ତାଙ୍କର ୨ଟି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଜଣେ ନେତ୍ରୀଙ୍କ ଭିତରେ ଥିବା ଆଉ ଏକ ଛବି ବା ଅସାଧାରଣ ବ୍ୟକ୍ତିତ୍ୱକୁ ଦର୍ଶାଉଛି। ପ୍ରଥମ ଫଟୋରେ ଶେଖ ହସିନା ସିଲେଇ ମେସିନରେ ଏକ ପାରମ୍ପରିକ ବେଙ୍ଗଲୀ ବସ୍ତ୍ର ତିଆରି କରୁଥିବା ଦେଖିବାକୁ ମିଳିଛି। ଅନ୍ୟଟିରେ ଗଣଭବନ ହ୍ରଦରେ ସେ ମାଛ ଧରୁଥିବାର ନଜର ଆସିଛନ୍ତି। ତାଙ୍କର ଏହି ୨ଟି ଫଟୋକୁ ଆଓ୍ବାମୀ ଲିଗ୍‌ ଓ ଦଳର ବରିଷ୍ଠ ନେତାଙ୍କ ଅଫିସିଆଲ ଆକାଉଣ୍ଟରୁ ଶେୟାର କରାଯାଇଛି। ବେସରକାରୀ ଶିଳ୍ପ ଓ ବିନିଯୋଗର ମୁଖ୍ୟ ପରାମର୍ଶଦାତା ସଲମାନ ଏଫ୍‌. ରେହମାନ ଏହି ଫଟୋ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ସଫଳତାପୂର୍ବକ ଦେଶ ଚଳାଇବା ସହିତ ରୋଷେଇ କରିବା, ମାଛ ଧରିବା ଓ ସଲେଇ କରିବାର ଆନନ୍ଦ ଉଠାଇବା ପାଇଁ ଶେଖ ହସିନା କିଛି ସମୟ ଏଥିପାଇଁ ମଧ୍ୟ କାଢ଼ିନିଅନ୍ତି। ଶେଖ ହସିନାଙ୍କ ଏଭଳି କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share