Categories: ଜାତୀୟ

ଦିଲ୍ଲୀରେ ପହଞ୍ଚିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮ା୬: ଭାଜପା ନେତା ନରେନ୍ଦ୍ର ମୋଦି ରବିବାର କ୍ରମାଗତ ତୃତୀୟ ପାଳି ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିସହିତ କ୍ରମାଗତ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାରେ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସମକକ୍ଷ ହେବେ। ସଦ୍ୟସମାପ୍ତ ଲୋକ ସଭା ନିର୍ବାଚନରେ ଭାଜପା ଏକାକୀ ୨୪୦ ଆସନ ଜିତିଥିବାବେଳେ ନ୍ୟାଶନାଲ ଡେମୋକ୍ରାଟିକ୍‌ ଆଲିଆନ୍ସ (ଏନ୍‌ଡିଏ)କୁ ୨୯୩ ଆସନ ମିଳିଛି। ରାଷ୍ଟ୍ରପତି ତାଙ୍କୁ ଭାବୀ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା ସହ ରବିବାର ଶପଥ ଗ୍ରହଣ ପାଇଁ ଆମନ୍ତ୍ରଣ କରିଥିଲେ। ରବିବାର ସନ୍ଧ୍ୟା ୭ଟା ୧୫ ମିନିଟ୍‌ରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ

ଇତିମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଏବଂ ସିଚେଲ୍ସ ଉପରାଷ୍ଟ୍ରପତି ଅହମଦ ଆଫିଫ୍‌ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଏପରିକି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ସମେତ ୭ ପଡୋଶୀ ଦେଶ ତଥା ଭାରତ ମହାସାଗର ଅଞ୍ଚଳର ନେତାମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Share