ମମତା ବାନାର୍ଜୀଙ୍କୁ ୬୦୦ କିଲୋଗ୍ରାମ ଆମ୍ବ ଉପହାର ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

କୋଲକାତା/ଢାକା, ୧୩।୬: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଉପହାର ସ୍ବରୂପ ୬୦୦ କିଲୋଗ୍ରାମ ଆମ୍ବ ପଠାଇଛନ୍ତି। ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି। କୂଟନୈତିକ ପ୍ରୟାସର ଅଧୀନରେ ମମତା ବାନାର୍ଜୀଙ୍କୁ ହିମସାଗର ଏବଂ ଲଙ୍ଗଡା କିସମର ଆମ୍ବ ପଠାଯାଇଛି ବୋଲି ବାଂଲାଦେଶ ଡେପୁଟି ହାଇ କମିଶନର ଜଣେ ଅଧିକାରୀ କହିଛନ୍ତି। ଗତ ବର୍ଷ ମଧ୍ୟ ଆମ୍ବ ପଠାଇଥିଲୁ ସେ ବୋଲି କହିଛନ୍ତି।

ହସିନା ଉତ୍ତର-ପୂର୍ବର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମଧ୍ୟ ଆମ୍ବ ପଠାଇଛନ୍ତି। ଗତ ବର୍ଷ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ, ତ୍ରିପୁରା ଏବଂ ଆସାମର ମୁଖ୍ୟମନ୍ତ୍ରୀଙ୍କୁ ଉପହାର ରୂପେ ଆମ୍ବ ପଠାଇଥିଲେ।

Share