ଶେଖ ହାସିନା ଯିବା ପରେ ଏହି ଲୋକଙ୍କର ବଲ୍ଲେ ବଲ୍ଲେ, ବାଂଲାଦେଶ ସରକାର କରିଦେଲେ ମାଲାମାଲ

ଢାକା,୨।୯: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ବାଂଲାଦେଶ ଛାଡି ପଳାଇବା ପରେ ଦେଶରେ ଅନେକ ପରିବର୍ତ୍ତନ ହୋଇଛି। ମଧ୍ୟବର୍ତ୍ତୀକାଳୀନ ସରକାର କ୍ରମାଗତ ଭାବରେ ଶେଖ ହାସିନା ସରକାରଙ୍କ ନିଷ୍ପତ୍ତି ବଦଳାଉଛନ୍ତି, ଯାହାକି ବର୍ଷ ବର୍ଷ ଧରି ବଞ୍ଚିତ ହୋଇଆସୁଥିବା ଲୋକଙ୍କୁ ଉପକୃତ କରୁଛି। ଦୁର୍ନୀତି ନିବାରଣ ଆୟୋଗ ସମ୍ବନ୍ଧରେ ଏଭଳି ନିଷ୍ପତ୍ତି ନିଆଯାଇଛି। ମହମ୍ମଦ ୟୁନୁସ୍‌ ସରକାର ଦୁର୍ନୀତି ନିବାରଣ ଆୟୋଗ (ଏସିସି)ର ୯୪ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ୧୫ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେ ଗୋଟିଏ ଦିନରେ ଏତେ ସଂଖ୍ୟକ ଅଧିକାରୀ ଏବଂ କର୍ମଚାରୀ ପଦୋନ୍ନତି ପାଇଛନ୍ତି।

ଦୁର୍ନୀତି ନିବାରଣ ଆୟୋଗ (ଏସିସି)ର ପ୍ରଶାସକ ତଥା ଏଚଆର ଡିଭିଜନର ନିର୍ଦ୍ଦେଶକ ଦାଉଦ ହୁସେନ ଚୌଧୁରୀ ସୋମବାର ଏହି ପଦୋନ୍ନତି ଘୋଷଣା କରିଛନ୍ତି। ଏସିସି ଡେପୁଟି ଡାଇରେକ୍ଟର ତଥା ଲୋକସମ୍ପର୍କ ଅଧିକାରୀ ମହମ୍ମଦ ଅଖତରୁଲ ଇସଲାମ କହିଛନ୍ତି ଯେ ପଦୋନ୍ନତି ପାଇଥିବା ଅଧିକାରୀଙ୍କ ମଧ୍ୟରେ ୬ ଜଣଙ୍କୁ ସିନିୟର ଆସିଷ୍ଟାଣ୍ଟରୁ ଆସିଷ୍ଟାଣ୍ଟ ଡାଇରେକ୍ଟର କରାଯାଇଛି। ପ୍ରିନ୍ସିପାଲ ଆସିଷ୍ଟାଣ୍ଟ ଡାଇରେକ୍ଟରରୁ ୪୦ଜଣ ଅଧିକାରୀଙ୍କୁ ଡେପୁଟି ଆସିଷ୍ଟାଣ୍ଟ ଡାଇରେକ୍ଟର କରାଯାଇଛି।ଏମାନଙ୍କ ବ୍ୟତୀତ ୬ଣ ଅଧିକାରୀଙ୍କୁ ସିନିୟର ଆସିଷ୍ଟାଣ୍ଟରୁ ପ୍ରିନ୍ସିପାଲ ଆସିଷ୍ଟାଣ୍ଟ ଭାବେ ପଦୋନ୍ନତି ଦିଆଯାଇଛି।

Share