ସଂରକ୍ଷଣ ବିରୋଧରେ ଆଜି ବାଂଲାଦେଶ ବନ୍ଦ

ଢାକା,୧୮।୭: ବାଂଲାଦେଶର ସରକାରୀ ନିଯୁକ୍ତିରେ ରହିଥିବା ସଂରକ୍ଷଣ ବ୍ୟବସ୍ଥାରେ ସଂସ୍କାର ଦାବିରେ ବିକ୍ଷୋଭକାରୀ ଛାତ୍ରୀଛାତ୍ରମାନେ ଗୁରୁବାର ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି। ସଂରକ୍ଷଣ ବ୍ୟବସ୍ଥାରେ ସଂସ୍କାର ଆଣିବା ଦାବିରେ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ମଙ୍ଗଳବାର ବିକ୍ଷୋଭକାରୀଙ୍କ ପୋଡ଼ାଜଳା ଓ ଭଙ୍ଗାରୁଜା ଯୋଗୁ ସ୍କୁଲ୍‌ କଲେଜ ବନ୍ଦ ହୋଇଯାଇଥିବାବେଳେ ପୋଲିସ ସହ ସଂଘର୍ଷରେ ୩ ଛାତ୍ରଙ୍କ ସମେତ ଅନୂ୍ୟନ ୬ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୪୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ସୁରକ୍ଷା ବଳର ଦମନମୂଳକ କାର୍ଯ୍ୟାନୁଷ୍ଠାନକୁ ଛାତ୍ର ସଂଗଠନଗୁଡ଼ିକ ବିରୋଧ କରିଛନ୍ତି। ଚିକିତ୍ସା ଓ ଜରୁରୀ ସେବାକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ସେବା, କାର୍ଯ୍ୟାଳୟ, ପ୍ରତିଷ୍ଠାନ, ଦୋକାନବଜାର ବନ୍ଦ ରହିବ ବୋଲି ଆନ୍ଦୋଳନର ମୁଖ୍ୟ ସଂଯୋଜକ ଅସିଫ୍‌ ମହମ୍ମଦ ସୋସିଆଲ ମିଡିଆ ପୋଷ୍ଟରେ ଘୋଷଣା କରିଛନ୍ତି। ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଏଥିରେ ଭାଗନେବା ସହ ସେମାନଙ୍କ ଅଭିଭାବକମାନଙ୍କ ସମର୍ଥନ ମଧ୍ୟ ଲୋଡ଼ାଯାଇଛି।

ସରକାରୀ ଚାକିରିରେ ସଂରକ୍ଷଣକୁ ଉଚ୍ଛେଦ କରି ମେଧାବୀ ଛାତ୍ରୀଛାତ୍ରଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ ଦାବିରେ ସୋମବାର ରାସ୍ତାକୁ ଓହ୍ଲାଇଥିଲେ। ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚଳାଇଥିବାବେଳେ ପୋଲିସ ସମର୍ଥନରେ ଶାସକ ଆଓ୍ବାମି ଲିଗ୍‌ର ଛାତ୍ର ସାମ୍ମୁଖ୍ୟ ବାଂଲାଦେଶ ଛାତ୍ର ଲିଗ୍‌ ସଦସ୍ୟମାନେ ବିକ୍ଷୋଭକାରୀଙ୍କୁ ଆକ୍ରମଣ କରିଥିଲେ। ଫଳରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ମୁଖ୍ୟ ୪ ସହର କେନ୍ଦ୍ରୀୟ ଢାକା, ରାଜସାହି, ଖୁଲ୍‌ନା ଏବଂ ଚଟ୍ଟୋଗ୍ରାମର ରାଜପଥ ଏବଂ ରେଳପଥକୁ ବିକ୍ଷୋଭକାରୀମାନେ ଅବରୋଧ କରିଥିଲେ। ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ରବର ବୁଲେଟ୍‌ ମାଡ଼ କରିଥିଲା। ମଙ୍ଗଳବାର ସ୍ଥିତି ଅଣାୟତ ହେଉଥିବା ଦେଖି ସରକାର ଅର୍ଦ୍ଧସାମରିକ ବର୍ଡର ଗାର୍ଡ ବାଂଲାଦେଶକୁ ୪ ସହରରେ ମୁତୟନ କରିଥିଲେ। ସୁରକ୍ଷା ବଳ ଏବଂ ୟୁନିଭର୍ସିଟି ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୬ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିଲା। ଗତ ଜାନୁଆରୀରେ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସରକାର ଚତୁର୍ଥ ପାଳି ଆରମ୍ଭ କରିବା ପରେ ବାଂଲାଦେଶରେ ଏହା ହେଉଛି ପ୍ରଥମ ବୃହତ୍‌ ସରକାର ବିରୋଧୀ ଆନ୍ଦୋଳନ।


Enter your email to get our daily news in your inbox.

All Right Reserved By Dharitri.Com

ମେଟା ବିରୋଧରେ ଅବିଶ୍ୱାସ ବିଚାର ଶୁଣାଣି ଆରମ୍ଭ; ଇନଷ୍ଟାଗ୍ରାମ, ହ୍ୱାଟସଆପ ବିକ୍ରି କରିପାରନ୍ତି ଜୁକରବର୍ଗ

ନୂଆଦିଲ୍ଲୀ,୧୪ା୪: ସୋମବାର ୱାଶିଂଟନରେ ସୋସିଆଲ ମିଡିଆ ଜାଏଣ୍ଟ ମେଟା ବିରୋଧରେ ଏକ ଐତିହାସିକ ଅବିଶ୍ୱାସ ମାମଲାରେ ଶୁଣାଣି ଆରମ୍ଭ ହୋଇଛି। ମାମଲାକୁ ଗୁରୁତ୍ୱପୂର୍ଣ୍ଣ କରୁଥିବା ବିଷୟ...

ଡାନିଏଲ ନୋବୋଆ କିଏ, ଯାହାଙ୍କୁ ଇକ୍ୱେଡରର ନୂଆ ରାଷ୍ଟ୍ରପତି ଭାବେ କରାଗଲା ନିର୍ବାଚନ

କ୍ୱିଟୋ,୧୪।୪: ଇକ୍ୱେଡରରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ, ଇକ୍ୱେଡରର ଜାତୀୟ ନିର୍ବାଚନ ପରିଷଦ ରବିବାର ରାଷ୍ଟ୍ରପତି ଡାନିଏଲ ନୋବୋଆଙ୍କୁ ଦେଶର ରାଷ୍ଟ୍ରପତି ଦୌଡ଼ର...

କିଏ ସେହି ୧୭ ବର୍ଷର ଯୁବକ, ଯିଏ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା କରିବାକୁ କରିଥିଲେ ଯୋଜନା

ଓ୍ବାଶିଂଟନ,୧୪।୪: ଆମେରିକାର ୱିସ୍କିନସନ ରାଜ୍ୟରେ ରହୁଥିବା ମାତ୍ର ୧୭ ବର୍ଷ ବୟସ୍କ ନିକିତା କାସ୍ପଙ୍କୁ ଗିରଫ କରାଯାଇଛି। ତାଙ୍କ ଉପରେ ଅଭିଯୋଗ ରହିଛି କି ସେ...

ୟୁକ୍ରେନ ଉପରେ ଚଳିତ ବର୍ଷର ସବୁଠାରୁ ବଡ଼ ଆକ୍ରମଣ କଲା ରୁଷିଆ

କ୍ୱିଭ,୧୪।୪: ରୁଷିଆ ପୁଣିଥରେ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛି। ରବିବାର ୟୁକ୍ରେନର ସୁମି ସହରରେ ଚର୍ଚ୍ଚ ପ୍ରାର୍ଥନା ସମୟରେ ରୁଷୀୟ କ୍ଷେପଣାସ୍ତ୍ରଗୁଡ଼ିକ ଧ୍ୱଂସଲୀଳା...

ଟାରିଫକୁ ନେଇ ଟ୍ରମ୍ପ ନେଲେ ୟୁ ଟର୍ଣ୍ଣ, ଚାଇନା କହିଲା ବାଘ ବେକରେ ଲାଗିଛି ଘଣ୍ଟି…ସେ ଖୋଲିପାରିବ ଯିଏ ୟାକୁ ବାନ୍ଧିଛି

ବେଜିଂ,୧୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ ଉପରେ ୟୁ-ଟର୍ଣ୍ଣ ନେଇଛନ୍ତି। ସେ କହିଥିଲେ ଯେ ଅନୁଚିତ ବାଣିଜ୍ୟ ସନ୍ତୁଳନ ପାଇଁ କୌଣସି...

ପଳାଅ ନ ହେଲେ ଜେଲ

ଓ୍ବାଶିଂଟନ୍‌,୧୪ା୪: ଆମେରିକାରେ ବିନା ପଞ୍ଜୀକରଣରେ ୩୦ ଦିନରୁ ଅଧିକ ସମୟ ଧରି ବସବାସ କରୁଥିବା ବିଦେଶୀ ନାଗରିକଙ୍କୁ ଟ୍ରମ୍ପ୍‌ ପ୍ରଶାସନର ନୂଆ ଛାଟ। ଏଣିକି ଏଭଳି...

Mehul Choksi Arrested: ଗିରଫ ହେଲେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି, ବେଲଜିୟମରୁ ଆସିବେ ଭାରତ!

ବ୍ରୁସେଲ୍ସ,୧୪।୪: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ବେଲଜିୟମରେ ପୋଲିସ ଗିରଫ କରିଛି। କେନ୍ଦ୍ରୀୟ ତଦନ୍ତ...

ପୁଣି ‘ଧୋକା’ ଦେଲା ଶ୍ରୀଲଙ୍କା, ଭାରତକୁ ଲାଗିବ ଅରବ ଟଙ୍କାର ଚୁନା, ଏହି ଦେଶ ସହ କଲା ସିକ୍ରେଟ ଡିଲ୍‌!

କଲମ୍ବୋ,୧୩।୪: ଆମର ଦକ୍ଷିଣ ପଡ଼ୋଶୀ ଶ୍ରୀଲଙ୍କା ଏକ ଛୋଟ ଦେଶ। କିନ୍ତୁ, ସମୁଦ୍ର ମଧ୍ୟଭାଗରେ ଅବସ୍ଥିତ ହୋଇଥିବାରୁ, ଏହାର ମୂଲ୍ୟ ସର୍ବଦା ଅଧିକ ରହିଥାଏ। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image