ସଂରକ୍ଷଣ ବିରୋଧୀ ଆନ୍ଦୋଳନ: ସଂଘର୍ଷରେ ଗଲାଣି ୧୩୦ ଜୀବନ

ଢାକା,୨୧।୭: ବାଂଲାଦେଶ ସରକାରୀ ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥାରେ ସଂସ୍କାର ଦାବିରେ ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟି ଇତିମଧ୍ୟରେ ୧୩୦ ଜଣଙ୍କ ଜୀବନ ଯିବା ସହ ବହୁସଂଖ୍ୟାରେ ଆହତ ହେଲେଣି। ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ବାଂଲାଦେଶର ସରକାରୀ ଗଣମାଧ୍ୟମ ବି-ଟିଭି କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ବିଲ୍ଡିଂରେ ପୋଡ଼ାଜଳା ଜାରି ରଖିଥିବାରୁ ବାଂଲାଦେଶ ପୋଲିସ ସେମାନଙ୍କୁ ଦେଖିଲାମାତ୍ରେ ଗୁଳି ସମେତ କର୍ଫ୍ୟୁ ଆଇନକୁ କଡ଼ାକଡ଼ି ଲାଗୁ କରିଛି। ଶନିବାର ରାଜଧାନୀ ଢାକାର ବିଭିନ୍ନ ଭାଗରେ ସେନା ଯବାନମାନେ ପାଟ୍ରୋଲିଂ କରିଛନ୍ତି। ଦେଶବ୍ୟାପୀ ଆନ୍ଦୋଳନ ହିଂସାତ୍ମକ ରୂପ ଧାରଣ କରିଥିବାବେଳେ ୧୫ ବର୍ଷ କାର୍ଯ୍ୟକାଳ ପରେ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ପ୍ରଥମଥର ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି।

ଶୁକ୍ରବାର ମଧ୍ୟରାତ୍ରରୁ କର୍ଫ୍ୟୁ ଜାରି ହୋଇଥିବାବେଳେ ଶନିବାର ଜନସାଧାରଣ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ କରିବା ପାଇଁ ମଧ୍ୟାହ୍ନରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହାକୁ କୋହଳ କରାଯାଇଥିଲା। ରବିବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ବୋଲି ଆଶା କରାଯାଉଛି। ହିଂସାରେ ସମ୍ପୃକ୍ତ ଲୋକଙ୍କୁ ଆବଶ୍ୟକ ପଡ଼ିଲେ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ପୋଲିସ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଶାସକ ଆଓ୍ବାମି ଲିଗ୍‌ ଦଳର ସାଧାରଣ ସମ୍ପାଦକ ଓବାଇଦୁଲ୍‌ କାଦେର କହିଛନ୍ତି। କର୍ଫ୍ୟୁ ଯୋଗୁ ରାଜଧାନୀ ଢାକାର ରାସ୍ତାଘାଟ ଶୂନ୍‌ଶାନ ହାଇଯାଇଛି। ସଶସ୍ତ୍ର ଯବାନମାନେ ପାଟ୍ରୋଲିଂ ଚଳାଇଛନ୍ତି ।

ବାଂଲାଦେଶର ସ୍ବାଧୀନତା ସଂଗ୍ରାମୀଙ୍କ ପିଲାମାନଙ୍କ ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରଖାଯାଇଥିବାରୁ ଏହାର ପ୍ରତିବାଦରେ ଛାତ୍ର ସଂଗଠନଗୁଡ଼ିକ ରାସ୍ତାକୁ ଓହ୍ଲାଇଥିଲେ। ଏଥିରେ ଅନ୍ୟମାନେ ସାମିଲ ହେବା ପରେ ଗତ ମଙ୍ଗଳବାର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। କେବଳ ଶୁକ୍ରବାର ୪୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ୨୫ ଜଣଙ୍କ ଜୀବନ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହମାସ୍‌ ଶୀର୍ଷନେତା ୟାହୟା ସିନ୍‌ଓ୍ବର ନିହତ: ସ୍ପଷ୍ଟ କଲା ଇସ୍ରାଏଲ୍‌

ଦେଇର୍‌ ଅଲ୍‌-ବଲାହ, ୧୭ା୧୦: ଗାଜାରେ ଇସ୍ରାଏଲୀ ସେନାର ଆକ୍ରମଣରେ ହମାସ୍‌ର ଶୀର୍ଷନେତା ୟାହୟା ସିନ୍‌ଓ୍ବରଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍‌ କର୍ତ୍ତୃପକ୍ଷ ଏନେଇ ଗୁରୁବାର ରାତିରେ ସ୍ପଷ୍ଟ...

ସତରେ କ’ଣ ହମାସ ମୁଖ୍ୟଙ୍କର ହୋଇଛି ମୃତ୍ୟୁ? ଇସ୍ରାଏଲ ସେନାର ବଡ଼ ଦାବି

ଜେରୁଜେଲମ,୧୭।୧୦: ହାମାସ ମୁଖ୍ୟ ୟାହିୟା ସିନୱାରଙ୍କୁ ହତ୍ୟା କରାଯାଇଥିଲା କି? ଗାଜାରେ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଇସ୍ରାଏଲ ସେନା ଦାବି କରିଛି। ବୋଧହୁଏ...

ଏବେ କେଉଁଠି ଅଛନ୍ତି ଶେଖ ହାସିନା? ବୈଦେଶିକ ମନ୍ତ୍ରଣାଳୟ ଦେଲା ଅପଡେଟ୍‌

ନୂଆଦିଲ୍ଲୀ,୧୭।୧୦: ବାଂଲାଦେଶରେ ହୋଇଥିବା ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ ହାସିନା ୫ ଅଗଷ୍ଟରେ ଦିଲ୍ଲୀ ପଳାଇଆସିଥିଲେ। ଏହା ପରେ ତାଙ୍କୁ ଗାଜିଆବାଦରେ ଶପିଂ କରୁଥିବା ଦେଖିବାକୁ...

କିଏ ସେହି ସୁନ୍ଦରୀ, ଯାହାଙ୍କ ସହିତ ଟ୍ରୁଡୋଙ୍କର ରହିଛି ସମ୍ପର୍କ! ଅନେକ ସମୟରେ ଏକାଠି ନଜର ଆସନ୍ତି

ଓଟାଓ୍ବା,୧୭।୧୦: କାନାଡା ଏବଂ ଭାରତ ତିକ୍ତତା ମଧ୍ୟରେ କାନାଡାର ବୈଦେଶିକ ମନ୍ତ୍ରୀ ମେଲୋନି ଜୋଲି ମଧ୍ୟ ଏହି ଚର୍ଚ୍ଚାରେ ଅଛନ୍ତି। ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା...

ହାସିନାଙ୍କ ମୁଣ୍ଡରେ ଗିରଫ ତଲଓ୍ବାର! ନଭେମ୍ବର ୧୮ରେ କୋର୍ଟରେ ହାଜର ନିର୍ଦ୍ଦେଶ

ଢାକା,୧୬।୧୦: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଗୁରୁବାର ବାଂଲାଦେଶ କୋର୍ଟ ଗିରଫ ୱାରେଣ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟରେ କ୍ଷମତାରୁ ହଟାଯିବା...

ଜୟଶଙ୍କରଙ୍କୁ ନେଇ ମିଛ କହୁଛି ପାକିସ୍ତାନୀ ଗଣମାଧ୍ୟମ

ନୂଆଦିଲ୍ଲୀ,୧୭।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏସ୍‌ସିଓ ସମ୍ମିଳନୀ ଲାଗି ପାକିସ୍ତାନ ଗସ୍ତରେ ଅଛନ୍ତି। ହେଲେ ଏହି ଗସ୍ତକୁ ନେଇ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ବଡ଼...

ହୋଟେଲ ବାଲକୋନିରୁ ଖସି ପଡ଼ି ଲୋକପ୍ରିୟ ହଲିଉଡ୍‌ ଷ୍ଟାରଙ୍କ ମୃତ୍ୟୁ, ପ୍ରଶଂସକ ସ୍ତବ୍ଧ !

ମୁମ୍ବାଇ: ‘ଓ୍ବାନ୍‌ ଡାଇରେକ୍ସନ’ ବ୍ୟାଣ୍ଡର ପୂର୍ବତନ ସଦସ୍ୟ ଲିଆମ୍‌ ପେନ୍‌ଙ୍କ ଦେହାନ୍ତ ହୋଇଛି। ବୁଧବାର ଆର୍ଜେଣ୍ଟିନାର ବୁଏନୋସ୍‌ ଆଇରେସ୍‌ରେ ଥିବା ନିଜ ହୋଟେଲର ବାଲକୋନି ଖସି...

ସ୍ୱୀକାର କଲେ ଜଷ୍ଟିନ ଟ୍ରୁଡୋ, କାନାଡ଼ା ପାଖରେ ନାହିଁ ନିଜ୍ଜାର ହତ୍ୟାର ପ୍ରମାଣ

ନୂଆଦିଲ୍ଲୀ, ୧୬ା୧୦: ବୁଧବାର କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସ୍ୱୀକାର କରିଛନ୍ତି ଯେ କାନାଡା ମାଟିରେ ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri