ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପ୍‌ ଉପରେ ଆକ୍ରମଣ: ୭ ମୃତ

ଢାକା,୨୨।୧୦: ବାଂଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପରେ ଶୁକ୍ରବାର ଏକ ବଡ଼ ବିସ୍ଫୋରଣ ଘଟିଛି। ଏଠାରେ ଥିବା କ୍ୟାମ୍ପ୍‌ରେ ଆକ୍ରମଣ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହି ରୋହିଙ୍ଗ୍ୟା କ୍ୟାମ୍ପରେ ଥିବା ମଦ୍ରାସା ଉପରେ ଏହି ଆକ୍ରମଣ କରାଯାଇଥିଲା। ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଚିକିତ୍ସା ସମୟରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ସୂଚନାନୁସାରେ, ସକାଳ ଚାରିଟାରେ ଏହି ଆକ୍ରମଣ ହୋଇଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା। ଆକ୍ରମଣକାରୀଙ୍କଠାରୁ ପୋଲିସ ବିପୁଳ ପରିମାଣର ଗୁଳି ଜବତ କରିଛି। ସେବେଠାରୁ ପୋଲିସ ଆକ୍ରମଣକାରୀଙ୍କୁ ଖୋଜୁଛି।

Share