Categories: ଖେଳ

୨୪୫ ରନ୍‌ରେ ଅଟକିଲା ବାଂଲାଦେଶ

ଚେନ୍ନାଇ,୧୩।୧୦: ଚେନ୍ନାଇସ୍ଥିତ ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ୨୦୨୩ ବିଶ୍ୱକପ୍‌ର ୧୧ତମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମଶନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇଁ ବାଂଲାଦେଶ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୪୫ ରନ୍‌ କରିବାରେ ସକ୍ଷମ ହୋଇଛି। ଫଳରେ ନ୍ୟୁଜିଲାଣ୍ଡ ଆଗରେ ୨୪୬ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ବାଂଲାଦେଶ ।

ବାଂଲାଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୫୬ ରନ୍‌ରେ ୪ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଅଧିନାୟକ ସାକିବୁଲ ହାସନ ଏବଂ ମୁସ୍ତଫିକୁର ରହିମ୍‌ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ସାକିବୁଲ ୪୦ ରନ୍‌ କରିଥିବା ବେଳେ ମୁସ୍ତଫିକୁର ୬୬ ରନ୍‌ ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ଶେଷ ବେଳକୁ ମହମ୍ମଦୁଲ୍ଲା ଅପରାଜିତ ୪୧ ରନ୍‌ର ମହତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ଫଳରେ ବାଂଲାଦେଶ ୨୪୫ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ ଲକି ଫର୍ଗୁସନ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲଟ, ମାଟ୍‌ ହେନେରୀ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ । ମିଚେଲ ସାଣ୍ଟନର ଏବଂ ଗ୍ଲେନ୍‌ ଫିଲିପ୍ସ ଗୋଟିଏ ଲେଖାଏ ଉଇକେଟ୍‌ ନେବାରେ ସକ୍ଷମ ହୋଇଥିଲେ।

Share