Categories: ଜାତୀୟ

ବାଂଲାଦେଶ ବିପକ୍ଷରେ ଖେଳିବ ଭାରତ, ଜାଣନ୍ତୁ କେବେ କେବେ ରହିଛି ମ୍ୟାଚ୍‌

ନୂଆଦିଲ୍ଲୀ, ୧୧।୦୮: ଭାରତୀୟ କ୍ରିକେଟ୍‌ ଟିମ୍‌ ନିକଟରେ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ଶେଷ କରିଛି। ଟି-୨୦ ସିରିଜ୍‌ ୩-୦ରେ ବିଜୟ ପରେ ୱାନ୍‌ଡେ ସିରିଜ୍‌ରେ ୦-୨ରେ ଶ୍ରୀଲଙ୍କା ଠାରୁ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ । ବର୍ତ୍ତମାନ ଗୋଟିଏ ମାସ ପର୍ଯ୍ୟନତ ରୋହିତ ବାହିନୀର କୈଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ନାହିଁ । ସେପ୍ଚେମ଼୍ବରରେ ବାଂଲାଦେଶ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ଖେଳିବାକୁ ଯାଉଛି ଟିମ୍‌ ଇଣ୍ଡିଆ । ଏହାପରେ ଟି-୨୦ ସିରିଜ୍‌ ଖେଳାଯିବ ।

ତେବେ ଏହିପରି ରହିଛି ଭାରତ ବନାମ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ କାର୍ଯ୍ୟସୂଚୀ-

ପ୍ରଥମ ଟେଷ୍ଟ ମ୍ୟାଚ – ସେପ୍ଟେମ୍ବର ୧୯ରୁ ସେପ୍ଟେମ୍ବର ୨୩, ୯.୩୦ ସକାଳ, ସ୍ଥାନ- ଚେନ୍ନାଇ

ଦ୍ୱିତୀୟ ଟେଷ୍ଟ ମ୍ୟାଚ – ୨୭ ସେପ୍ଟେମ୍ବରରୁ ୧ ଅକ୍ଟୋବର, ସକାଳ ୯.୩୦, ସ୍ଥାନ- କାନପୁର

ଭାରତ ବନାମ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜର କାର୍ଯ୍ୟସୂଚୀ

ପ୍ରଥମ ଟି-୨୦ ମ୍ୟାଚ – ୬ ଅକ୍ଟୋବର, ସା ୭ଟା, ସ୍ଥାନ- ଧର୍ମଶାଳା

ଦ୍ୱିତୀୟ ଟି -୨୦ ମ୍ୟାଚ – ୯ ଅକ୍ଟୋବର, ସା ୭ଟା, ସ୍ଥାନ- ଦିଲ୍ଲୀ

ତୃତୀୟ ଟି-୨୦ ମ୍ୟାଚ – ୧୨ ଅକ୍ଟୋବର, ସା ୭ଟା, ସ୍ଥାନ- ହାଇଦ୍ରାବାଦ

Share