ବିପଦରେ ପଡ଼ିବ ବନ୍ଧୁତା, ହାସିନାଙ୍କ ବିବୃତ୍ତି ପରେ ଭାରତକୁ ଚେତାବନୀ ଦେଲା ବାଂଲାଦେଶ

ଢାକା/ନୂଆଦିଲ୍ଲୀ,୧୪ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ଏକ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ନିକଟରେ ଦେଇଥିବା ବିବୃତ୍ତିକୁ ଦର୍ଶାଇ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତୀୟ ଉଚ୍ଚ କମିଶନରଙ୍କୁ ଏକ ବାର୍ତ୍ତା ଦେଇଛନ୍ତି। ଯେଉଁଥିରେ ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନ ବୁଧବାର ଭାରତୀୟ ହାଇ କମିଶନର ପ୍ରଣୟ ବର୍ମାଙ୍କୁ କହିଛନ୍ତି ଯେ, ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତରୁ ଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏପରି ବିବୃତ୍ତି ଶୁଭଙ୍କର ନୁହେଁ।

ଏକ ରିପୋର୍ଟ ଅନୁଯାୟୀ, ବୁଧବାର ଭାରତୀୟ ହାଇ କମିଶନରଙ୍କ ସୌଜନ୍ୟମୂଳକ ଡାକରା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ନିକଟରେ ଭାରତରେ ଆଶ୍ରୟ ନେବା ପରେ ଆଓ୍ବାମୀ ଲିଗ ସଭାପତି ଶେଖ୍‌ ହାସିନା ଏକ ବିବୃତ୍ତି ଦେଇଥିଲେ ଯେ, ବାଂଲାଦେଶରେ ଛାତ୍ର ବିରୋଧ ପ୍ରଦର୍ଶନ ପଛରେ ଆମେରିକାର ହାତ ଅଛି, ଯେଉଁଥିପାଇଁ ତାଙ୍କୁ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।

ହାସିନାଙ୍କ ପୁଅ ସାଜିବ ଓ୍ବାଜେଦ ଆନନ୍ଦ ଏଭଳି ବିବୃତ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥି ସହିତ ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନ ଆଗାମୀ ଦିନରେ ଭାରତ ସହ ଅଧିକ ଲୋକକେନ୍ଦ୍ରିକ ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ବାଂଲାଦେଶ ସୀମାରେ ହତ୍ୟା ବନ୍ଦ କରିବା, ତିସ୍ତା ଜଳ ବଣ୍ଟନ ଚୁକ୍ତି ପୂରଣ କରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେମାନେ ବିଶେଷ ଗୁରୁତ୍ୱ ଦେଇଛନ୍ତି।

ଏହି ସମୟରେ ବାଂଲାଦେଶ ବୈଦେଶିକ ବ୍ୟାପାର ପରାମର୍ଶଦାତା କହିଛନ୍ତି, ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଘଟୁଥିବା ଘଟଣା ସମ୍ପର୍କରେ ଗଣମାଧ୍ୟମ ଦ୍ୱାରା ପ୍ରଚାର କରାଯାଉଥିବା ଉଲ୍ଲେଖ କରିଥିଲେ। ସେ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ବାଂଲାଦେଶ ଭାରତ ସହ ମିଶି କାମ କରିବାକୁ ଚାହୁଁଛି। ଏଥି ସହିତ ବୈଠକରେ ଉପଦେଷ୍ଟା ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ହାଇ କମିଶନରଙ୍କୁ ସୂଚନା ଦେଇଛନ୍ତି।

ମହମ୍ମଦ ହୁସେନ କହିଛନ୍ତି, ଗତ ସପ୍ତାହରେ ଛାତ୍ର ନେତୃତ୍ୱାଧୀନ ଜନ ବିଦ୍ରୋହ ମାଧ୍ୟମରେ ବାଂଲାଦେଶ ଏହାର ଦ୍ୱିତୀୟ ସ୍ବାଧୀନତାର ସାକ୍ଷୀ ହୋଇଥିଲା, ଯେଉଁଥିରେ ଅସମାନତାକୁ ଦୂର କରିବା ପାଇଁ ଛାତ୍ର ତଥା ଲୋକମାନଙ୍କର ସ୍ବର ଦଳିତ ଶକ୍ତି ବିରୋଧରେ ବିଜୟୀ ହୋଇଥିଲା। ସେ ଭାରତୀୟ ରାଷ୍ଟ୍ରଦୂତ ପ୍ରଣୟ ବର୍ମାଙ୍କୁ କହିଛନ୍ତି, ଭେଦଭାବକାରୀ ଜନସେବା ନିଯୁକ୍ତି ପ୍ରକ୍ରିୟା ବିରୋଧରେ ଛାତ୍ର ଆନ୍ଦୋଳନ ଖୁବ୍‌ଶୀଘ୍ର ଏକ ବୈପ୍ଳବିକ ସଂଗ୍ରାମରେ ପରିଣତ ହୋଇଥିଲା।

ହୁସନେ ଆହୁରି ମଧ୍ୟ କହିଛନ୍ତି ଯେ, ନୋବେଲ ବିଜେତା ଡକ୍ଟର ମହମ୍ମଦ ୟୁନୁସ୍‌ ଛାତ୍ର ଓ ଲୋକଙ୍କ ଅନୁରୋଧ କ୍ରମେ ମଧ୍ୟବର୍ତ୍ତୀକାଳୀନ ସରକାର ଦାୟିତ୍ୱ ଗ୍ରହଣ କରିବାକୁ ରାଜି ହୋଇଛନ୍ତି। ପରାମର୍ଶଦାତା କହିଛନ୍ତି, ଏହି ମଧ୍ୟବର୍ତ୍ତୀ ସରକାର ପୂର୍ବରୁ ସବୁଠାରୁ ବଡ଼ ଆହ୍ବାନ ହେଉଛି ଦେଶରେ ଖରାପ ହେଉଥିବା ଆଇନ ଶୃଙ୍ଖଳା ଏବଂ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବା। ତେବେ ସରକାର ବିଶେଷ କରି ଯୁବକମାନଙ୍କ ପ୍ରସଙ୍ଗରେ ସରକାର ବିଶେଷ କାର୍ଯ୍ୟ କରୁଛନ୍ତି।

ହୁସେନ୍‌ କହିଛନ୍ତି, ଆଗାମୀ ଦିନରେ ଦେଶରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପରିବେଶ ସୃଷ୍ଟି କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି, ସମସ୍ତ ଧାର୍ମିକ ଓ ଜାତିର ସୁରକ୍ଷାକୁ ସରକାର ନିଶ୍ଚିତ କରୁଛନ୍ତି। ଏହା ସହିତ, ସେମାନଙ୍କ ପ୍ରତି କୌଣସି ପ୍ରକାର ହିଂସା କିମ୍ବା ଧମକକୁ ବରଦାସ୍ତ କରାଯିବ ନାହିଁ। ସେ କହିଛନ୍ତି, ସମସ୍ତ ଧାର୍ମିକ ଗୋଷ୍ଠୀ ଏବଂ ଅନ୍ୟ ରାଜନୈତିକ ଦଳ ମଧ୍ୟ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କ ଉପରେ ପୁରସ୍କାର ଘୋଷଣା କଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ସିଆର୍‌ପିଏଫ୍‌ ସ୍କୁଲ ବନ୍ଦ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୨୫ା୧୦ : ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ମୁଖ୍ୟ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା ଲାଗିଛି। ବାରାଣସୀ କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି। ତେବେ ଜ୍ଞାନବାପିର ଏଏସ୍‌ଆଇ ସର୍ଭେ...

କିଏ ନେବେ ରତନ ଟାଟାଙ୍କ ଅତିପ୍ରିୟ ‘ଟିଟୋ’ର ଯତ୍ନ, ସାମ୍ନାକୁ ଆସିଲା ଏହି ନାମ

ମୁମ୍ବାଇ,୨୫।୧୦: ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ମାନିତ ଚେୟାରମ୍ୟାନ ରତନ ଟାଟାଙ୍କ ଅକ୍ଟୋବର ୯ରେ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ...

ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

ମୋ ହାତ, ଅଣ୍ଟାକୁ ଛୁଇଁଥିଲେ ଡୋନାଲ୍ଡ ଟ୍ରମ୍ପ: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ମଡେଲ୍‌

ଓ୍ବାଶିଂଟନ,୨୫।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାତ୍ର ୧୦ ଦିନ ବାକି ଅଛି। ଭାରତୀୟ ମୂଳର କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri