ଢାକା,୧୮ ।୧୦: କରୋନା ମହାମାରୀ ସଂକ୍ରମଣ ବଢି ଚାଲିଥିଲେ ବି ଏବେ ସାରା ବିଶ୍ୱରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହେବାରେ ଲାଗିଛି । ଭାରତରେ ଟ୍ରେନ୍ ସେବା ଧିରେ ଧିରେ ସ୍ୱାଭାବିକ ହେଉଥିବା ବେଳେ ବିମାନ ସେବାକୁ ବି ସ୍ୱାଭାବିକ କରିବାକୁ ଚେଷ୍ଟା ଜାରି ରହିଛି । କେବଳ ଦେଶ ଭିତରେ ନୁହେଁ ଏହାସହ ଅନ୍ତରାଷ୍ଟ୍ରୀୟ ବିମାନ ସେବାକୁ ବି ବଢାଯାଉଛି । ଏହି କ୍ରମରେ ବାଂଲାଦେଶର ଏୟାର ବବଲ ଆସନ୍ତା ୨୮ ତାରିଖରୁ ଭାରତକୁ ବିମାନ ସେବା ଯୋଗାଇ ଦେବ ବୋଲି ଜଣାପଡିଛି । ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଦୀର୍ଘ ପ୍ରାୟ ୮ ମାସ ହେବ ବିମାନ ସେବା ବନ୍ଦଥିବା ବେଳେ ଏବେ ଏହା ସ୍ୱାଭାବିକ ହେବାକୁ ଯାଉଛି ।