ହାସିନାଙ୍କୁ ଫେରାଇନେବା ପାଇଁ ଇଣ୍ଟରପୋଲ୍‌ର ସହାୟତା ନେବ ବାଂଲାଦେଶ

ଢାକା,୧୧ା୧୧(ପି.ଟି.): ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ଭାରତରୁ ଫେରାଇନେବା ପାଇଁ ସେଠାର ଅନ୍ତରୀଣ ସରକାର ଇଣ୍ଟରପୋଲ୍‌ର ସହାୟତା ନେବେ ବୋଲି ରବିବାର ସୂଚନା ଦେଇଛନ୍ତି। ବାଂଲାଦେଶରେ ମାନବତା ବିରୋଧୀ ଅପରାଧରେ ସମ୍ପୃକ୍ତ ଥାଇ ବିଚାରର ସମ୍ମୁଖୀନ ହୋଇଥିବା ଅନ୍ୟ ପଳାତକମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ମଧ୍ୟ ସରକାର ଇଣ୍ଟରପୋଲ୍‌ର ସହଯୋଗ ଲୋଡ଼ିବେ। ଗତ ଜୁଲାଇ-ଅଗଷ୍ଟରେ ବାଂଲାଦେଶରେ ସରକାର ବିରୋଧୀ ଛାତ୍ର ଆନ୍ଦୋଳନ ଜୋର୍‌ ଧରିଥିବାବେଳେ ବଳ ପ୍ରୟୋଗ କରି ଏହାକୁ ଚପାଇଦେବା ପାଇଁ ହାସିନା ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ ୫ରେ ହାସିନା ଇସ୍ତଫା ଦେଇ ଭାରତ ପଳାଇଥିଲେ। ଆନ୍ଦୋଳନରେ ୭୫୩ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ହଜାର ଆହତ ହୋଇଥିଲେ। ଏହାକୁ ମାନବତା ବିରୋଧୀ ଅପରାଧ ଏବଂ ଗଣହତ୍ୟା ଭାବେ ଅଭିହିତ କରାଯାଇ ହାସିନା ଓ ତାଙ୍କ ଦଳର ନେତାମାନଙ୍କ ବିରୋଧରେ ୬୦ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଛି। ପଳାତକ ଫାସିବାଦୀମାନେ ବିଶ୍ୱର ଯେଉଁଠି ଥାଆନ୍ତୁ ନା କାହିଁିକି ସେମାନଙ୍କୁ ଫେରାଇ ଅଣାଯାଇ କୋର୍ଟରେ ଉତ୍ତରଦାୟୀ କରାଯିବ ବୋଲି ଆଇନ ବ୍ୟାପାର ଉପଦେଷ୍ଟା ଅସିଫ୍‌ ନଜରୁଲ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଗଦ୍ଦେବଙ୍କ ବିସ୍ଫୋରକ ବୟାନ, ନବୀନଙ୍କୁ ହଟାଇବାକୁ…ରାଜନୀତିରେ ଚହଳ

ଭୁବନେଶ୍ୱର,୧୬।୪: ବିଜେଡିକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏପରିକି ଦଳକୁ ନେଇ ଖୋଦ୍‌ ବିଜେଡି ନେତା ମଧ୍ୟ ବିଭିନ୍ନ ବୟାନବାଜି କରୁଛନ୍ତି। ଏଥିସହ ଦଳ...

ଜାତୀୟ ରାଜପଥ କଡ଼ରେ ପଡ଼ିଛି ୨ ଅପରିଚିତ ଯୁବକଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ

ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ମଠଖାଇ ଜଙ୍ଗଲ ସନ୍ନିକଟ ବଲାଙ୍ଗୀର-ଦେଓଗାଁ ୨୬ ନଂ ଜାତୀୟ ରାଜପଥ କଡ଼ରୁ ଦୁଇଜଣ ଅପରିଚିତ ଯୁବକଙ୍କ ମୃତଦେହକୁ...

ଛତିଶଗଡ଼ ଚାଲାଣ ହୋଇଛନ୍ତି ବଲାଙ୍ଗୀରର ନବଜାତ ଶିଶୁ

ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ଜିଲା ମୁରିବାହାଲ ଥାନା କର୍ଲା ଗାଁରୁ ଏକ ନବଜାତ ଶିଶୁକନ୍ୟାକୁ ଚାଲାଣ କରାଯାଉଥିବା ଜଣାପଡ଼ିବା ପରେ ପୁଣିଥରେ ହଇଚଇ...

ନିଜ ଛଳନା ଜାଲରେ ଫସିଗଲା ପାକିସ୍ତାନ: ଜୟଶଙ୍କର

ନୂଆଦିଲ୍ଲୀ,୧୬।୪: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି, ପାକିସ୍ତାନ ନିଜ ଛଳନା ଜାଲରେ ଫସି ଯାଇଛି। ପାକିସ୍ତାନ ତାଲିବାନ...

ଗୋଆରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ରାଇଆ(ଗୋଆ)/ ଜୁନାଗଡ଼(ଉତ୍ତମ ଦାସ),୧୬।୪: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ଗ୍ରାମର ଖଗେଶ୍ୱର ଶବର(୩୮) ଦିନ ମଜୁରିଆ କାମ କରିବାକୁ ଗୋଆ ଯାଇଥିଲେ। ସେଠାରେ ଏକ...

ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

ଧର୍ମଶାଳା/କାଏମା,୧୬।୪(ବଟକୃଷ୍ଣ ପରିଡ଼ା/ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣାରେ ପୋଲିସ ମଙ୍ଗଳବାର ୪ ଜଣଙ୍କୁ ଗିରଫ କରିଛି।...

Tariff War:ଚାଇନା ଉପରେ ୨୪୫% ଟାରିଫ୍‌ ଲଗାଇବାକୁ ଘୋଷଣା କଲା ଆମେରିକା

ଓ୍ବାଶିଂଟନ,୧୬।୪: ଚାଇନା ଏବଂ ଆମେରିକା ମଧ୍ୟରେ ଟାରିଫ୍‌ ଓ୍ବାର୍‌ ଥମିବାର ନାଁ ଧରୁନି। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି ଏକ ଦଲିଲରେ କୁହାଯାଇଛି,ଆମେରିକା ବିରୋଧରେ...

ନାମାଙ୍କନ ଭରିବେ ନବୀନ: ପୁଣି ହେବେ ସଭାପତି

ଭୁବନେଶ୍ୱର,୧୬।୪: କାଲି ନାମାଙ୍କନ ଭରିବେ ନବୀନ। ବିଜେଡି ସଭାପତି ପଦ ପାଇଁ ପୁଣି ନାମାଙ୍କନ ଭରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯ ତାରିଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image