Categories: ଖେଳ

ରୋମାଞ୍ଚକର ମ୍ୟାଚ୍‌ରେ ବାଂଲାଦେଶ ୩ ରନ୍‌ରେ ଜିତିଲା…

ବ୍ରିସବେନ ,୩୦।୧୦ : ଟି-୨୦ ବିଶ୍ୱକପରେ ବାଂଲାଦେଶ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ୨୮ ତମ ମ୍ୟାଚ୍‌ରେ ରୋମାଞ୍ଚକର ଭାବେ ବାଂଲାଦେଶ ୩ ରନ୍‌ରେ ଜିତିଛି। ଧାର୍ଯ୍ୟ ୨୦ ଓଭରରେ ୭ ଓ୍ବିକେଟ ହରାଇ ବାଂଲାଦେଶ ୧୫୦ ରନ୍‌ ସ୍କୋର କରିଥିଲା। ଫଳରେ ଜିମ୍ବାୱେ ଜିତିବା ପାଇଁ ୧୫୧ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଜିମ୍ବାଓ୍ବେ ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୭ ରନ୍‌ ସଂଗ୍ରହ କରିଥିଲା।

ନୁରୁଲ ହାସନ ମୁଜରବାନୀଙ୍କୁ ଷ୍ଟମ୍ପ କରିଥିଲେ ଏବଂ ବାଂଲାଦେଶ ଏହି ମ୍ୟାଚ ଜିତିଥିବା ଭାବିଥିଲା। ଜିମ୍ବାୱେର ବ୍ୟାଟସ ମ୍ୟାନ୍‌ ମଧ୍ୟ ନିଜକୁ ଆଉଟ୍‌ ବୋଲି ଭାବିଥିଲେ। କିନ୍ତୁ ରିଭ୍ୟୁରେ ଓଲଟପାଲଟ ହୋଇଥିଲା। ୱିକେଟ ଆଗରେ ନରୁଲ ହାସନ ବଲ ଧରିଥିଲେ। ଏହି କାରଣରୁ ଏହାକୁ ନୋ-ବଲ ଘୋଷିତ କରାଯାଇଥିଲା। ଅମ୍ପାୟାର ପୁନର୍ବାର ବ୍ୟାଟସ ମ୍ୟାନ୍‌ଙ୍କୁ ପଡ଼ିଆକୁ ଡାକିଥିଲେ। ମୋସାଦେକ ହୋସେନଙ୍କ ଡେଲିଭରି ମୁଜରବାନୀଙ୍କ ପାଇଁ ଏକ ଫ୍ରି-ହିଟ ଥିଲା। କିନ୍ତୁ ସେ ବଲକୁ ବ୍ୟାଟିଂ କରି ପାରି ନଥିଲେ।

ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ରବିବାର ବ୍ରିସବେନ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜିମ୍ବାଓ୍ବେ ଅଧିନାୟକ କ୍ରାଇଗ୍‌ ଇରଭାଇନଙ୍କ ନେତୃତ୍ୱରେ ଦଳ ବୋଲିଂ କରିଥିଲା। ୍‌ଦଳ ପାଇଁ ନଜମୁଲ ହୁସେନ ଶାଣ୍ଟୋ ସର୍ବାଧିକ ୭୧ ରନ ସଂଗ୍ରହ କରିଥିଲେ। ଆଫିଫ ହୋସେନ ୧୯ ଟି ବଲରୁ ୨୯ ରନ୍‌ ଏବଂ ଅଧିନାୟକ ଶାକିବ ଅଲ ହାସନ ୨୦ ଟି ବଲରୁ ୨୩ ରନ ସ୍କୋର କରିଥିଲେ। ଲିଟନ ଦାସ ୧୪ ରନ୍‌ର ଯୋଗଦାନ କରିଥିଲେ। ମୋସାଦେକ ହୋସେନଙ୍କୁ ୭ ଏବଂ ନୁରୁଲ ହାସନ ଏକ ରନ୍‌ ସ୍କୋର କରି ଆଉଟ ହୋଇଥିଲେ। ସୋମ୍ୟା ସରକାର ଖାତା ଖୋଲିପାରି ନଥିଲେ। ୟାସିର ଅଲି ଏକ ରନ୍‌ କରି ଅପରାଜିତ ରହିଥିଲେ। ବ୍ଲୋସିଙ୍ଗ ମୁଜାରବାନୀ ଏବଂ ରିଚାର୍ଡ ନାଗାର୍ବା ଜିମ୍ବାୱେ ପାଇଁ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ସିକନ୍ଦର ରଜା ଏବଂ ସିନ ୱିଲିୟମ୍ସ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ।

Share