Categories: ଖେଳ

ସେମିଫାଇନାଲ ଦୌଡରୁ ବାଦ୍‌ ପଡିଲା ଶ୍ରୀଲଙ୍କା, ୩ ଉଇକେଟ୍‌ରେ ବାଂଲାଦେଶ ବିଜୟୀ…

ନୂଆଦିଲ୍ଲୀ,୬।୧୧: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ବିଶ୍ୱକପ ୨୦୨୩ର ୩୮ ତମ ମ୍ୟାଚ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଛି। ମ୍ୟାଚରେ ବାଂଲାଦେଶ ୩ ଉଇକେଟ୍‌ରେ ଶ୍ରୀଲଙ୍କାକୁ ହରାଇ ବିଜୟୀ ହୋଇଛି। ବାଂଲାଦେଶ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇଁ ଶ୍ରୀଲଙ୍କା ବ୍ୟାଟିଂ କରି ୨୭୯ ରନ୍‌ କରିଥିଲା। ଫଳରେ ବାଂଲାଦେଶ ଆଗରେ ୨୮୦ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ତେବେ ବାଂଲାଦେଶ ଲକ୍ଷ୍ୟ ପିଛା କରି ୭ ଉଇକେଟ୍‌ ହରାଇ ୨୮୨ ରନ୍‌ କରି ବିଜୟ ହାସଲ କରିଛି।

Share