Categories: ଖେଳ

ଗିଲ୍‌ଙ୍କ ଶତକ ସତ୍ତ୍ୱେ ଭାରତ ପରାସ୍ତ

କଲମ୍ବୋ, ୧୬।୯: ଶୁବମନ ଗିଲଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ଭାରତ ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ଅନ୍ତିମ ସୁପର-୪ ମ୍ୟାଚରେ ବାଂଲାଦେଶଠାରୁ ୬ ରନରେ ହାରି ଯାଇଛି। ବାଂଲାଦେଶ ୫୦ ଓଭରରେ ୮ ଉଇକେଟ ହରାଇ ୨୬୫ ରନ କରିଥିଲା। ଜବାବରେ ଭାରତ ୪୯.୫ ଓଭରରେ ୨୫୯ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ତେବେ ଏହି ପରାଜୟ ଭାରତର ଫାଇନାଲ ଖେଳିବାରେ ପ୍ରତିବନ୍ଧକ ସାଜିନାହିଁ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ରବିବାର ଅନୁଷ୍ଠିତ ହେବ।
ବାଂଲାଦେଶ ଶାକିବ ଅଲ୍‌ ହାସନଙ୍କ ୮୦ (୬ ଚୌକା, ୩ ଛକା) ଏବଂ ତୋହ୍ବିଦ ହ୍ରିଦୟଙ୍କ ୫୪ ରନ ବଳରେ ସମ୍ମାନ ଜନକ ସ୍କୋର କରିଥିଲା। ଜାଡେଜା ଦିନିକିଆରେ ୨୦୦ ଉଇକେଟ ପୂରଣ କରିଥିଲେ।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ୫୦ ଓଭରରେ ୨୬୫/୮ (ଶାକିବ ଅଲ୍‌ ହାସନ-୮୦, ତୋହ୍ବିଦ ହ୍ରିଦୟ-୫୪, ନସୁମ ଅହମଦ-୪୪, ଶାର୍ଦ୍ଦୂଳ ଠାକୁର-୩/୬୫, ମହମ୍ମଦ ଶାମି-୨/୩୨, ପ୍ରସିଦ୍ଧ କ୍ରିଷ୍ଣା-୧/୪୩, ଅକ୍ଷର ପଟେଲ-୧/୪୭, ରବୀନ୍ଦ୍ର ଜାଡେଜା-୧/୫୩)। ଭାରତ ୪୯.୫ ଓଭରରେ ୨୫୯/ଅଲ୍‌ଆଉଟ (ଶୁବମନ ଗିଲ୍‌-୧୨୧, ଅକ୍ଷର ପଟେଲ-୪୨, ମୁସ୍ତାଫିଜୁର ରହମନ-୩/୫୦, ତନଜିମ ହାସନ ସକିବ-୨/୩୨, ମେହେଦି ହାସନ-୨/୫୦, ଶାକିବ ଅଲ୍‌ ହାସନ-୧/୪୩, ମେହିଦି ହାସନ ମିରାଜ-୧/୨୯)।

Share