Categories: ଖେଳ

ଟସ୍‌ ଜିତିଲା ବାଂଲାଦେଶ, ବୋଲିଂ ନିଷ୍ପତ୍ତି…

ମେଲବୋର୍ନ,୨।୧୧ : ଟି-୨୦ ବିଶ୍ୱକପର ୩୫ ତମ ମ୍ୟାଚ ଆଡିଲେଡରେ ଭାରତ ଏବଂ ବାଂଲାଦେଶ ଖେଳାଯାଉଛି। ବାଂଲାଦେଶ ଟସ୍‌ ଜିତିବା ପରେ ଅଧିନାୟକ ଶାକିବ ଅଲ ହାସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଫଳରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି। ପାକିସ୍ତାନ ଏବଂ ନେଦରଲାଣ୍ଡ ବିପକ୍ଷରେ ବିଜୟ ପରେ ଭାରତ ତୃତୀୟ ବିଜୟ ଉପରେ ନଜର ରଖିଛି। ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାରି ଯାଇଥିବାବେଳେ ତୃତୀୟ ବିଜୟ ଲକ୍ଷ୍ୟ ନେଇ ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଛି।

Share