Categories: ଖେଳ

ଟସ୍‌ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି

କାଣ୍ଡି,୩୧।୮: ଏସିଆ କପ ୨୦୨୩ ଦ୍ୱିତୀୟ ଦିନରେ କାଣ୍ଡିର ପାଲେକେଲେ ଷ୍ଟାଡିୟମରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଗ୍ରୁପ-ବିର ପ୍ରଥମ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ବାଂଲାଦେଶ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଶ୍ରୀଲଙ୍କା ବୋଲିଂ କରିବ। ଉଭୟ ଦଳ ସେମାନଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ବିନା ଏହି ଟୁର୍ନାମେଣ୍ଟରେ ଖେଳିବାକୁ ଆସିଛନ୍ତି । ଏହି ମ୍ୟାଚ ପାଇଁ ଶ୍ରୀଲଙ୍କା ପ୍ଲେ-୧୧ରେ ଶ୍ରୀଲଙ୍କା ମଥିଶା ପାଥିରାନା ଏବଂ ଦୁନିଥା ଭେଲାଜଙ୍କୁ ସ୍ଥାନ ଦେଇଛି।

Share