ବଲିଉଡରେ ଡେବ୍ୟୁ କରିବେ ବାଂଲାଦେଶୀ ଅଭିନେତା ଶାକିବ ଖାଁ

ମୁମ୍ବାଇ: ବାଂଲାଦେଶର ଜଣାଶୁଣା ଅଭିନେତା ଶାକିବ ଖାଁଙ୍କ ଅଭିନୀତ ମୁଭି ‘ପ୍ରିୟୋତମା’କୁ ବାଂଲାଦେଶରେ ଭଲ ପ୍ରତିକ୍ରିୟା ମିଳିଛି। ଏବେ ଏହି ଅଭିନେତା ତାଙ୍କ ବଲିଉଡ ଡେବ୍ୟୁକୁ ନେଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ତେବେ ତାଙ୍କ ବିପକ୍ଷର ନାୟିକା କିଏ ହେବେ ତାକୁ ନେଇ ଏବେ ବିଚାର ଚାଲିଛି। କୁହାଯାଉଛି କି ଫିଲ୍ମ ପାଇଁ ପ୍ରାଚି ଦେଶାଇ, ନେହା ଶର୍ମା, ଜରିନ ଖାଁ ଓ ଶହନାଜ ଗିଲଙ୍କ ନାମ ଆଗରେ ରହିଛି।
ରିପୋଟର୍ସର ସୂଚନା ଅନୁଯାୟୀ, ଫିଲ୍ମର ଶୁଟିଂ ସେପ୍ଟେମ୍ବରରେ ବାରାଣସୀରେ ଆରମ୍ଭ ହେବ ଓ ୩୫ ଦିନ ମଧ୍ୟରେ ଏହାର ସିଡ୍ୟୁଲକୁ ପୂରଣ କରାଯିବ। ଏହା ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ଜଏଣ୍ଟ ପ୍ରଡକଶନ ହେବ। ମୁଭିଟି ବେଙ୍ଗଲି ବ୍ୟତୀତ ହିନ୍ଦୀ, ତେଲଗୁ ଓ ତାମିଲ ସମେତ ଆଉ କିଛି ଭାଷାରେ ରିଲିଜ କରାଯିବ। ଫିଲ୍ମର ଟାଇଟଲକୁ ନେଇ ଚର୍ଚ୍ଚା ହେବାସହ ଅନୁମାନ ବି ଲଗାଯାଉଛି। ଶୁଣିବାକୁ ମିଳୁଛି କି ଫିଲ୍ମର ନାମ ‘ସାଇକୋପ୍ୟାଥ’ ରଖାଯାଇଛି। ହେଲେ ମେକର୍ସ ଏହାକୁ ଖାରଜ କରିଦେଇଛନ୍ତି ଓ ଆଶ୍ୱାସନା ଦେଇଛନ୍ତି କି ଫିଲ୍ମର ଅସଲ ଟାଇଟଲ ଖୁବଶୀଘ୍ର ଆସିବ।
ଖବର ଆସିଛି କି ଏହି ମୁଭିରେ ଶେହନାଜ ଗିଲ ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି। ସୂଚନାଯୋଗ୍ୟ, ଶହନାଜ ବଲିଉଡ ଭାଇଜନାନ ସଲମାନ ଖାଁଙ୍କ ମୁଭି ‘କିସି କା ଭାଇ କିସି କି ଜାନ’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ।

Share