ତଟ ମୁକୁଳା, ଅସୁରକ୍ଷିତ ଉପକୂଳ ଓଡ଼ିଶା

ପାରାଦୀପ, ୮ା୮(ଶରତ ରାଉତ): ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଯୋଗୁ ସେଠାକାର ନାଗରିକ ଉପକୂଳ ସୀମା ଦେଇ ଭାରତର ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟରେ ପ୍ରବେଶ କରିପାରନ୍ତି। ପୂର୍ବରୁ ଉପକୂଳ ଓଡ଼ିଶାରେ ବାଂଲାଦେଶ ନାଗରିକମାନେ ଅବାଧରେ ସେମାନଙ୍କ କାୟା ବିସ୍ତାର କରି ସାରିଛନ୍ତି। ପରବର୍ତ୍ତୀ ସମୟରେ ସରକାରୀ କଳର ଗଳିବାଟ ଦେଇ ନିଜକୁ ଭାରତୀୟ ବୋଲି ଯାବତୀୟ ପ୍ରମାଣପତ୍ର ହାସଲ କରିଛନ୍ତି। ଓଡ଼ିଶା ଉପକୂଳର ୪୮୨ କିମି ତଟ ମୁକୁଳା ପଡିଛି। ଜଗତ୍‌ସିଂହପୁର ଜିଲାରେ ୫୮ କିମି ସମୁଦ୍ର ସୀମା ଏବେ ଅସୁରକ୍ଷିତ ହୋଇପଡ଼ିଛି। କାରଣ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦିନକୁଦିନ ଜିଲାରେ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷେ ସରକାର ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ରୋକିବା ଏବଂ ଉପକୂଳରେ ଆପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ମେରାଇନ୍‌ ପୋଲିସ ବ୍ୟବସ୍ଥା କରାଯାଇଛି। ୨୦୦୯ ମାର୍ଚ୍ଚରୁ ପାରାଦୀପରେ ପ୍ରଥମେ ମେରାଇନ୍‌ ଥାନା ହୋଇଥିଲେ ହେଁ ଏପର୍ଯ୍ୟନ୍ତ ତାହା କେବଳ ଓଡ଼ିଶା ପୋଲିସ ସେବାଭଳି କାର୍ଯ୍ୟ କରୁଛି। ଜଗତ୍‌ସିଂହପୁର ଜିଲାରେ ପାରାଦୀପ, ଜଟାଧାର ମୁହାଣ ଓ ବାଲିକୁଦା ବ୍ଲକର ବନ୍ଦରଠାରେ ୩ ସାମୁଦ୍ରିକ ଥାନା ରହିଛି। ସାମୁଦ୍ରିକ ଥାନା ପୋଲିସ ପାଇଁ ଆବଶ୍ୟକ ଭିତ୍ତିଭୂମି, ସାମୁଦ୍ରିକ ପାଟ୍ରୋଲିଂ କଲାଭଳି କର୍ମଚାରୀ, ପାଟ୍ରୋଲିଂ ବୋଟ୍‌, ବୋଟ୍‌ ରହିବାକୁ ବର୍ଥ ଆଦି ସଂଶାଧନ ହୋଇନାହିଁ। ପାରାଦୀପରେ ସାମୁଦ୍ରିକ ଥାନାର ଥିବା ୪ଟି ପାଟ୍ରୋଲିଂ ବୋଟ୍‌ ମଧ୍ୟରେ ୨ଟି ଖରାପ ହୋଇ ପଡ଼ିଛି।
୨୬ା୧୧ା୨୦୦୮ରେ ଉପକୂଳ ସୀମା ଦେଇ ପାକିସ୍ତାନ ଆତଙ୍କବାଦୀମାନେ ବମ୍ବେ ଆକ୍ରମଣ କରିଥିଲେ। ତା’ପରଠାରୁ ସୁରକ୍ଷା ସଂସ୍ଥା ମଧ୍ୟରେ ସମନ୍ବୟ ରଖିବାକୁ ବର୍ଷକୁ ୨ଥର ଉପକୂଳ ସମରାଭ୍ୟାସ କରାଯାଉଛି। ଓଡ଼ିଶାର ୪୮୨ କି.ମି. ଉପକୂଳ ଜଗିବାକୁ ସମୁଦ୍ର ସୀମାରେ ୧୮ ସାମୁଦ୍ରିକ ଥାନା କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ୨୦୦୯ ମାର୍ଚ୍ଚରେ ସାମୁଦ୍ରିକ ଥାନା ପାରାଦୀପ ନେହେରୁ ବଙ୍ଗଳାଠାରେ ହୋଇଥିଲା। ପରେ ଅନ୍ୟ ଜିଲାରେ ହୋଇଥିଲା। ଶେଷ ୧୮ତମ ଜଟାଧାର ମୁହାଣ ସାମୁଦ୍ରିକ ଥାନା ମଧ୍ୟ ପାରାଦୀପରେ ୨୦୧୮ରେ ହୋଇଛି। ଜଟାଧାର ମୁହାଣ ସାମୁଦ୍ରିକ ଥାନା ପାଇଁ ମୂଳ ଜାଗା ଏରସମା ବ୍ଲକ ନୂଆଗଁା ପଞ୍ଚାୟତ ନୋଳିଆସାହିଠାରେ ଚିହ୍ନଟ ସହ ଥାନା ନିର୍ମାଣ ସରିଛି। କିନ୍ତୁ ଏପର୍ଯ୍ୟନ୍ତ ସେଠାରେ ଥାନା କାର୍ଯ୍ୟ ହୋଇନାହିଁ। ବର୍ତ୍ତମାନ ଉକ୍ତ ଥାନା ପାରାଦୀପ ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମ ରାସ୍ତାର ବନ୍ଦର କ୍ୱାର୍ଟରରେ ଚାଲିଛି। ଉକ୍ତ ଥାନାର ପାଟ୍ରୋଲିଂ ବୋଟ୍‌ କିମ୍ବା ସମୁଦ୍ରରେ ପହଁରିବା ଭଳି ସାମର୍ଥ୍ୟ ଥିବା କର୍ମଚାରୀ ନାହାନ୍ତି। ସେହିପରି ୨୦୦୯ରୁ ନେହେରୁ ବଙ୍ଗଳା ସାମୁଦ୍ରିକ ଥାନା ହୋଇଥିଲେ ହେଁ ସେଠାରେ ମଧ୍ୟ ପୂର୍ଣ୍ଣାଙ୍ଗ ଭିତ୍ତିଭୂମି ନାହିଁ। ଗୋଟିଏ ସାମୁଦ୍ରିକ ଥାନା ପାଇଁ ଜଣେ ଇନ୍ସପେକ୍ଟର, ୧୨ ଏସ୍‌ଆଇ, ୧୬ ଏଏସ୍‌ଆଇଙ୍କ ସମେତ ୮୨ଜଣ କର୍ମଚାରୀ ଆବଶ୍ୟକ। ସେଥିରେ ପ୍ରମୁଖ କର୍ମଚାରୀ ହେଲେ ପାଟ୍ରୋଲିଂ ପାଇଁ ଅଭିଜ୍ଞ ଅବସରପ୍ରାପ୍ତ ନୌସେନା ଓ କୋଷ୍ଟଗାର୍ଡ କର୍ମଚାରୀ। ସେପରି କର୍ମଚାରୀ ଓ ଭିତ୍ତିଭୂମି ଥିଲା ଭଳି ସାମୁଦ୍ରିକ ଥାନା ଓଡ଼ିଶାରେ ନାହିଁ ବୋଲି ଜନୈକ ପୋଲିସ ଅଫିସର ନାମ ଗୋପନ ସର୍ତ୍ତରେ କହିଛନ୍ତି। ଏବେ ପାରାଦୀପରେ ଯେଉଁ ୨ଟି ପାଟ୍ରୋଲିଂ ବୋଟ୍‌ ପାଣିରେ ଭାସମାନ ଅବସ୍ଥାରେ ଅଛି, ତାହା କାମରେ ଲାଗୁନାହିଁ। ମହାନଦୀ ମୁହାଣ ପାଖକୁ ଯିବାର କ୍ଷମତା ନାହିଁ। କେବଳ ଅଫିସର କିମ୍ବା ଅନ୍ୟ ଅତିଥିମାନଙ୍କୁ ମାଛଧରା ବନ୍ଦର ପୋତାଶ୍ରୟ ମଧ୍ୟରେ ଭ୍ରମଣ ବେଳେ କାମରେ ଲାଗୁଛି।
୧୯୭୧ରେ ପାକିସ୍ତାନଠାରୁ ବାଂଲାଦେଶ ଅଲଗା ହୋଇଥିଲା। ସେହି ଆଧାରରେ ଭାରତ ସରକାର ଘୋଷଣା କରିଥିଲେ ୧୯୭୧ ମାର୍ଚ୍ଚ ୨୫ ପରେ ଯେଉଁ ବାଂଲାଦେଶ ଲୋକ ଭାରତରେ ଆଶ୍ରୟ ନେଇଛନ୍ତି, ସେମାନଙ୍କୁ ଅନୁପ୍ରବେଶକାରୀ କୁହାଯିବ। ୨୦୧୫ ମାର୍ଚ୍ଚ ୩୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଓଡ଼ିଶାରେ ୩,୯୯୭ ବାଂଲାଦେଶ ନାଗରିକ ରହିଛନ୍ତି ବୋଲି କହିଥିଲେ। ସେମାନଙ୍କ ମଧ୍ୟରୁ ଜଗତ୍‌ସିଂହପୁର ଜିଲାରେ ୧,୧୧୨ ଅଛନ୍ତି। ଜଗତ୍‌ସିଂହପୁର ୬୪, କୁଜଙ୍ଗ ୨୧୩, ବାଲିକୁଦା ୧୧୫, ଏରସମା ୪୨୩ ଓ ପାରାଦୀପରେ ୨୯୭। ସରକାର ଘୋଷଣା କଲେ ଅଥଚ ବିତାଡ଼ନ ବ୍ୟବସ୍ଥା କରିନାହାନ୍ତି, ଯଦ୍ଦ୍ବାରା ସେମାନେ ନିଜର ବନ୍ଧୁ ପରିଜନ ଆଳରେ ତାଙ୍କ ସଂଖ୍ୟା ବୃଦ୍ଧି କରିବାରେ ଲାଗିଛନ୍ତି। ଜଙ୍ଗଲ ଜମି, ନଦୀ ପାଖ ଜାଗା, ଯୋର, ଅନାବାଦୀ, ଚିଙ୍ଗୁଡ଼ି ଘେରି, ସରକାରୀ ଜାଗା ଦଖଲ କରିଗଲେଣି। ଏ ପରିସ୍ଥିତିରେ ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ରୋକିବା ବଡ଼ ଆହ୍ବାନ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଋତୁସ୍ରାବ ପାଇଁଁ ମିଳିବ ୧୨ଦିନ ଛୁଟି

ଭୁବନେଶ୍ୱର,୨୨।୧୦: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଋତୁସ୍ରାବ ପାଇଁ ଏବେ ଦିନେ ନୁହେଁଁ ମିଳିବ ୧୨ଦିନ ଛୁଟି। ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି...

ଘଡିକି ଘଡି ବଦଳିବ ଦିଗ! ବିଶେଷଜ୍ଞ ତାଜୁବ…

ଭୁବନେଶ୍ୱର,୨୨।୧୦: ବଳୁଆ ହେଉଛି ବାତ୍ୟା ଦାନା। ଆସନ୍ତାକାଲି ଅର୍ଥାତ୍‌ ୨୩ରୁ ୨୫ଯାଏଁ ତିନି ଦିନ ଧରି ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ...

ଜନ୍ମଦିନରେ ଘରକୁ ଫେରିଲେ ନାହିଁ; ମନ୍ଦିର ପରିସରରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ)-ରାଜଧାନୀ ଭୁବନେଶ୍ୱରର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ପଥଗାଡିଆ ଅଞ୍ଚଳର ସୁଶାନ୍ତ ବେହେରା...

ଜେଲରେ ଏ କ’ଣ ଚାଲିଛି ! ହାତରେ ଛୁରୀ ଧରି କଏଦୀ କଲେ ଭିଡିଓ ଶୁଟ୍‌, ଭାଇରାଲ ପରେ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲ୍‌ରେ ଚାଲୁଛି ଅପରାଧୀଙ୍କ ରାଜୁତି। ଜେଲ ଭିତରକୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଓ ବେଆଇନ ସାମଗ୍ରୀ ଯାଉଛି। ଏପରିକି...

ବାତ୍ୟା ଦାନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ବିଧାୟକମାନେ…

ଭୁବନେଶ୍ୱର,୨୨।୧୦: ସମୁଦ୍ର ଭିତରେ ବଳ ଗୋଟାଇ ୭ କିମି ବେଗରେ ମାଡି ଆସୁଛି ବାତ୍ୟା ଦାନା। ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ...

ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ, କାଲି ସ୍ଥାନାନ୍ତର ହେବେ ଲୋକେ: ମନ୍ତ୍ରୀ

ଭୁବନେଶ୍ୱର,୨୨।୧୦: ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଏହାର ମୁକାବିଲାକୁ ରାଜ୍ୟ ସରକାର ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ତେବେ ଏହାର ପ୍ରସ୍ତୁତି...

ମଝିରାତିରେ ଲ୍ୟାଣ୍ଡଫଲ୍‌! ୭ କିମି ବେଗରେ ମାଡି ଆସୁଛି…

ଭୁବନେଶ୍ୱର,୨୨।୧୦: ମାଡିଆସୁଛି ଦାନା। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଥିଲା। ଏବେ ତାହା...

Featured Video Play Icon

ଡରାଇଲା ନୂଆ ମଡେଲ! ଏଇଠି ଲ୍ୟାଣ୍ଡଫଲ୍‌ ହେଲେ ସବୁ ସରିଲା…

ଓଡିଶାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଦାନା। ପୁରୀରୁ ପାରାଦୀପ ମଧ୍ୟରେ ଛୁଇଁପାରେ ସ୍ଥଳଭାଗ। ଏନେଇ ବିଭିନ୍ନ ଆନ୍ତର୍ଜାତିକ ମଡେଲ ଆକଳନ କରିଛି ।ବାତ୍ୟା ଲ୍ୟାଣ୍ଡଫଲ୍ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri