ସମୁଦ୍ର ଦେଇ ମାଡି ଆସୁଛନ୍ତି, ତଟରେ କଡ଼ା ନଜର

ଭଦ୍ରକ,୧୧ା୮(ସନାତନ ରାଉତ): ବାଂଲାଦେଶରେ ହିଂସା ଯୋଗୁ ଦେଶରେ ଅସ୍ଥିରତା ଲାଗି ରହିଛି। ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଥିବାରୁ ବାଂଲାଦେଶୀମାନେ ଭାରତ ଆସିବାର ସମ୍ଭାବନା ରହିଛି। ଦେଶ ଛାଡ଼ି ଅନୁପ୍ରବେଶକାରୀମାନେ ସମୁଦ୍ର ପଥ ଦେଇ ବୋଟ୍‌ ଯୋଗେ ପଳାଇ ଆସିବାର ଆଶଙ୍କାରେ ସରକାରଙ୍କ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଜଳପଥରେ ବାଂଲାଦେଶୀଙ୍କ ଅନୁପ୍ରବେଶ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲାର ୪୫ କି.ମି. ପରିବ୍ୟାପ୍ତ ସମୁଦ୍ର ଉପକୂଳରେ ମେରାଇନ ପୋଲିସ ସଜାଗ ରହିବା ସହ ହାଇଆଲର୍ଟ ଜାରି ହୋଇଛି। ଭଦ୍ରକ ସହ ବାଲେଶ୍ୱର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲାରେ ସମୁଦ୍ର ଉପକୂଳ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଭଦ୍ରକ ଜିଲାରେ ଉପକୂଳ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିବା ସହ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଭାରତୀୟ ନୌସେନା ସଜାଗ ରହିଛି। ଏଥିସହ ଉପକୂଳର ସମୁଦ୍ର ଭିତରକୁ ଭାରତୀୟ କୋଷ୍ଟ ଗାର୍ଡ କଡ଼ା ନଜର ରଖିଛନ୍ତି।
ଭଦ୍ରକ ଜିଲାର ଉପକୂଳରେ ଥିବା ଧାମରା, ଚୁଡ଼ାମଣି ଓ କଷିଆ ସାମୁଦ୍ରିକ ଥାନାକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଏସ୍‌ପି ବରୁଣ ଗୁଣ୍ଟୁପାଲି କହିଛନ୍ତି। ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ଏବଂ ମାଛ ଧରି ଫେରୁଥିବା ମତ୍ସ୍ୟଜୀବୀଙ୍କ ଉପରେ ସାମୁଦ୍ରିକ ଥାନା ପୋଲିସର କଡ଼ା ନଜର ରହିଛି। ଉପକୂଳରେ ବସବାସ କରୁଥିବା ଲୋକଙ୍କ ଗତିବିଧି ଓ ସେମାନଙ୍କ ପାଖକୁ ଆସୁଥିବା ଲୋକଙ୍କ ଉପରେ ଗୋଇନ୍ଦା ସଂସ୍ଥା ନଜର ରଖିଛି। ବର୍ତ୍ତମାନ ସ୍ଥିତିରେ ଉପକୂଳରେ ଥିବା ସାମୁଦ୍ରିକ ଥାନାଗୁଡ଼ିକୁ ସଶକ୍ତ କରିବା ପାଇଁ ପ୍ରତି ଥାନାକୁ ୫ଜଣ ଲେଖାଏ ସଶସ୍ତ୍ର ପୋଲିସ ଯୋଗାଇ ଦିଆଯାଇଥିବା ଏସ୍‌ପି କହିଛନ୍ତି। ଉପକୂଳରେ ଅନୁପ୍ରବେଶ ବୃଦ୍ଧି ପାଉଥିବା ବେଳେ ଭଦ୍ରକ ଜିଲାର ୩ଟି ସାମୁଦ୍ରିକ ଥାନାର ସ୍ଥିତି ବହୁ ଦୁର୍ବଳ ରହିଛି। ଏସବୁ ଥାନାକୁ ପୋଲିସ ବିଭାଗ ହାଲୁକା ଭାବେ ଗ୍ରହଣ କରୁଥିବାରୁ ଆବଶ୍ୟକ କର୍ମଚାରୀ ନ ଥିବା ଜଣାପଡ଼ିଛି। ଏହାସହ ସମୁଦ୍ରରେ ପାଟ୍ରୋଲିଂ ପାଇଁ ନିଜସ୍ବ ମୋଟର ବୋଟ୍‌ ଓ ଚାଳକ ନ ଥିବା ମଧ୍ୟ ଜଣାପଡ଼ିଛି। ପ୍ରତି ଥାନାରେ ୬ଜଣ ଅଫିସର ରହିବା ଜାଗାରେ କଷିଆ ମେରାଇନ ଥାନାରେ ୩, ଚୁଡ଼ାମଣିରେ ୨ ଓ ଧାମରାରେ ଜଣେ ମାତ୍ର ଅଫିସର ଅଛନ୍ତି। ସେହିପରି କେବଳ ଧାମରା ମେରାଇନ ଥାନାରେ ୨ଟି ବୋଟ୍‌ ଥିବାବେଳେ ଅନ୍ୟ ୨ଟି ଥାନାରେ ଆଦୌ ମୋଟର ବୋଟ୍‌ ନ ଥିବା ଜଣାପଡ଼ିଛି। ତେବେ ଉପକୂଳ ସୁରକ୍ଷା ନେଇ ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିଥିବା ଓ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବାକୁ ପୋଲିସ ପ୍ରସ୍ତୁତ ଥିବା ଏସ୍‌ପି ଗୁଣ୍ଟୁପାଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri