Categories: ଖେଳ

ଦିନିକିଆରେ ବାଂଲାଦେଶର କ୍ଲିନ୍‌ ସୁଇପ୍‌

ଜର୍ଜଟାଉନ୍‌, ୧୭ା୭: ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ବାଂଲାଦେଶ କ୍ଲିନ୍‌ ସୁଇପ୍‌ କରିଛି । ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରି ସମସ୍ତ ଉଇକେଟ ହରାଇ ୧୭୮ ରନ୍‌ କରିଥିଲା। ଜବାବରେ ବାଂଲାଦେଶ ୪୮.୩ ଓଭରରେ ୬ ଉଇକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜକୁ ଭଳ ସ୍କୋର କରିବାର ସୁଯୋଗ ଦେଇ ନ ଥିଲେ ବାଂଲାଦେଶ ସ୍ପିନର। ୧୬ ରନ୍‌ରେ ଦଳ ୩ଟି ଉଇକେଟ ହରାଇଥିବା ବେଳେ କେସି କାର୍ଟି(୩୩) ଓ ନିକୋଲାସ ପୁରନ୍‌(୭୩) ଇନିଂସ ସମ୍ଭାଳି ଥିଲେ। ଦଳୀୟ ସ୍କୋର ୮୩ରେ କାର୍ଟି ଆଉଟ ହେବା ପରେ ପୁରନ୍‌ ରୋମାନଭ ପାଓ୍ବେଲ୍‌(୧୮) ଏବଂ ରୋମାରିଓ ଶେଫର୍ଡ(୧୯) ରନ୍‌ ବଳରେ ଦଳ ୧୭୮ ରନ୍‌ କରିବାରେ ସକ୍ଷମ ହୋଇଥିଲା। ବାଂଲାଦେଶ ପକ୍ଷରୁ ତାଇଜୁଲ ଇସଲାମ ୨୮ ରନ୍‌ରେ ୫ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାସୁମ ଅହମ୍ମଦ ଓ ମୁସ୍ତାଫିଜୁର ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ।

ବାଂଲାଦେଶ ଅଧିନାୟକ ତାମିମ୍‌ ଇକ୍‌ବାଲ ଏବଂ ନାଜମୁଲ ଯୁସେନ ଓପନିଂ କରିଥିଲେ। ହେଲେ ନାଜମୁଲ ୧ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଫଳରେ ଦଳକୁ ପ୍ରାରମ୍ଭିକ ଛଟକା ଲାଗିଥିଲା। ଏଭଳି ସ୍ଥିତିରେ ଅଧିନାୟକ ଇକ୍‌ବାଲ ଏବଂ ଲିଟନ ଦାସ ଦଳକୁ ଆଗକୁ ନେଇଥିଲେ। ଅଧିନାୟକ ଇକବାଲ ୩୪ ରନ୍‌ କରି ଆଟଉ ହେବା ପରେ ଲିଟନ୍‌ ଧର୍ଯ୍ୟର ସହ ଖେଳି ୫୦ ରନ୍‌ର ଉପଯୋଗୀ ବ୍ୟାଟିଂ କରିଥିଲେ। ସେହିପରି ମହମଦୁଲ୍ଲା ୨୬ ରନ୍‌ କରିଥିବା ବେଳେ ସୋମାଦେକ ହୋସେନାକ୍‌ ୧୪ କରିଥିଲେ। ଏପରି କି ନୁରୁଲ ହାସନ୍‌ଙ୍କ ୩୨ ରନ୍‌ ଏବଂ ମେହିଡ୍‌ ହାସନଙ୍କ ୧୬ ରନ୍‌ର ଅପରାଜିତ ଇନିସଂ ବଳରେ ବାଂଲାଦେଶ ଉଇକେଟ ହରାଇ ୯ଟି ବଲ୍‌ ପୂର୍ବରୁ ବିୟୟ ଲକ୍ଷ୍ୟ ହାସଲ କରି ନେଇଥିଲା। ତାଇଜୁଲ୍‌ ଇସଲାମଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌୍‌ ଏବଂ ତାମିମ୍‌ ଇକବାଲଙ୍କୁ ପ୍ଲେୟର ଅଫ୍‌ ଦ ସିରିଜ ଘୋଷଣା କରାଯାଇଥିଲା।

Share